thumbnail

ଅଣସର ଘରେ ମହାବାହୁ, ଦର୍ଶନ କରନ୍ତୁ ପ୍ରଭୁ ଅଲାରନାଥଙ୍କ ମଙ୍ଗଳ ଆଳତି - Mangala Alati of Lord Alaranath

By ETV Bharat Odisha Team

Published : Jun 29, 2024, 7:17 AM IST

Mangala Alati of Lord Alaranath ପୁରୀ: 108 ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପୀଡିତ ମହାପ୍ରଭୁ । ଅଣସର ଘରେ ସେବାୟତମାନେ ଦାରୁ ଦିଅଁଙ୍କ ଗୁପ୍ତ ଉପଚାର କରୁଥିବାରୁ ରତ୍ନସିଂହାସନରେ ଦର୍ଶନ ଦେଉନାହାନ୍ତି ଶ୍ରୀବିଗ୍ରହ । ଶ୍ରୀମନ୍ଦିର ରତ୍ନସିଂହାସନରେ କଳାସାଆନ୍ତେଙ୍କ ଦର୍ଶନ ନପାଇ ପୁରୀ ବ୍ରହ୍ମଗିରିର ଅଲାରନାଥଙ୍କ ପୀଠରେ ଭିଡ ଜମାଉଛନ୍ତି ଶ୍ରଦ୍ଧାଳୁ । ଶାସ୍ତ୍ରରେ ବର୍ଣ୍ଣିତ ଅନୁଯାୟୀ, ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କ ଦର୍ଶନ କଲେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସମ ଫଳ ମିଳିଥାଏ  । ଯେଉଁଥିପାଇଁ ଭକ୍ତ ଗହଳିରେ ଚଳଚଞ୍ଚଳ ହୋଇଉଠିଛି ଅଲାରନାଥ ପୀଠ । ପ୍ରତିଦିନ ହଜାର ହଜାର ଭକ୍ତ ଅଲାରନାଥଙ୍କ ଦର୍ଶନ କରିବା ପାଇଁ ମନ୍ଦିରରେ ଭିଡ ଜମାଉଛନ୍ତି । ଅଲାରନାଥଙ୍କୁ ପ୍ରଭୁ ବିଷ୍ଣୁଙ୍କର ଚଳନ୍ତି ପ୍ରତିମା ଭାବେ ବିଶ୍ୱାସ କରାଯାଏ  । ଅନ୍ୟପଟେ ପ୍ରତିଦିନ ଭଳି ଆଜି ମଧ୍ୟ ସକାଳୁ ସକାଳୁ ପ୍ରଭୁ ଅଲାରନାଥଙ୍କ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇଛି  । ଭକ୍ତମାନେ ମଙ୍ଗଳ ଆଳତି ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି  ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.