ଫେସବୁକ୍‌ ଫଟୋକୁ କଦର୍ଥ କରି ଯୁବତୀଙ୍କୁ ବ୍ଲାକମେଲ୍‌, ବନ୍ଧା ହେଲା ଅଭିଯୁକ୍ତ - Man threatened girl in Balngir

By ETV Bharat Odisha Team

Published : Jun 27, 2024, 8:53 AM IST

thumbnail
ଫେସବୁକ୍‌ ଫଟୋକୁ କଦର୍ଥ କରି ଯୁବତୀଙ୍କୁ ବ୍ଲାକମେଲ୍‌, ବନ୍ଧା ହେଲା ଅଭିଯୁକ୍ତ (ETV Bharat Odisha)

ବଲାଙ୍ଗୀର: ଯୁବତୀଙ୍କୁ ବ୍ଲାକମେଲ୍‌ କରି ଯୁବକ ଗିରଫ । ଯୁବତୀଙ୍କ ଫଟୋକୁ ଏଡିଟ କରି ଟଙ୍କା ଦାବି କରିବା ସହ ଦୀର୍ଘ ଦିନରୁ କରୁଥିଲା ବ୍ଲାକମେଲ୍‌ । ବଲାଙ୍ଗୀର ଟାଉନ ଆଦର୍ଶ ଥାନାରେ ହୋଇଛି ଏଭଳି ଅଭିଯୋଗ । ଯୁବତୀଙ୍କ କହିବା ମୁତାବକ ଜଣେ ଯୁବକ ତାଙ୍କୁ ଦୀର୍ଘ ଦିନ ଧରି ବ୍ଲାକମେଲ୍‌ କରୁଆସୁଛନ୍ତି । ତେବେ ଉକ୍ତ ଯୁବକ ଜଣକ ତାଙ୍କ ଫେସବୁକରୁ ଫଟୋ ଚୋରି କରି ତାକୁ ଏଡ଼ିଟ୍‌ କରି ଯୁବତୀଙ୍କ ହ୍ବାଟ୍ସଆପରେ ପଠାଇଥିଲେ । ଏହାପରେ ଯୁବତୀଙ୍କୁ ବାରମ୍ବାର ଯୋଗାଯାଗ କରି ଟଙ୍କା ମାଗୁଥିଲେ । ଟଙ୍କା ନ ଦେଲେ ସେ ଫଟୋକୁ ଭାଇରାଲ କରିଦେବେ ବୋଲି ଧମକ ଚମକ ଦେଇ ଆସୁଥିଲା । 

ଏହା ବି ପଢନ୍ତୁ- ଧୋକା ଦେଲା ଫେସବୁକ ପ୍ରେମିକ: ଯୁବତୀଙ୍କୁ ପାଟନା ଡକାଇ ଦୁଷ୍କର୍ମ ଓ ମାଡ଼, ତଦନ୍ତ ଜାରି

ସେପଟେ ପୋଲିସ ଏହି ଅଭିଯୋଗ ପାଇବା ପରେ ଶୀଘ୍ର ପଦକ୍ଷେପ ନେଇଥିଲା । ଯୁବକ ଜଣକ ଫଟୋ ଏଡ଼ିଟ କରି ଏଭଳି କାଣ୍ଡ କରୁଥିବାର ପ୍ରମାଣ ପାଇଛି ପୋଲିସ । ଏହାପରେ ପୋଲିସ ତଦନ୍ତ କରି ଉକ୍ତ ଯୁବକ ବଲାଙ୍ଗୀର ଚୁଡ଼ାପାଲି ଗ୍ରାମର ସୁମିତ କୁମାର ନାଗକୁ ଧରିବାରେ ସଫଳ ହୋଇଛି । ଟାଉନ ଥାନାରେ ଏକ ମାମଲା ରୁଜୁ କରି ବୁଧବାର ତାକୁ କୋର୍ଟ ଚାଲାଣ କରିଥିବାର ବଲାଙ୍ଗୀର ଏସଡିପିଓ ପ୍ରଦୀପ ସାହୁ କହିଛନ୍ତି । ସେପଟେ ଏଭଳି ଅନେକ ଅପରାଧୀ ଲୋକଙ୍କୁ ବ୍ଲାକମେଲ କରୁଥିବାର ଅଭିଯୋଗ ଆସୁଛି । ତେଣୁ ଲୋକେ ସତର୍କ ରହିବା ସହ ଶୀଘ୍ର ପୋଲିସ୍ ପାଖରେ ଅଭିଯୋଗ କରିବାକୁ ସେ ଅପିଲ କରିଛନ୍ତି । ନଚେତ ଏଭଳି ଅପରାଧୀ ଆହୁରି ପ୍ରସୟ ପାଇବେ ଓ ଅନ୍ୟ ଲୋକଙ୍କୁ ଟାର୍ଗେଟ କରିବେ ବୋଲି ବଲାଙ୍ଗୀର ଏସଡିପିଓ ପ୍ରଦୀପ କୁମାର ସାହୁ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.