ଏମିତି ବି ମୃତ୍ୟୁ ଆସେ ! ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦଣ୍ଡୁଆଙ୍କ ମୃତ୍ୟୁ - Man died due to electrocution

By ETV Bharat Odisha Team

Published : Apr 9, 2024, 8:29 PM IST

thumbnail

Man died due to electrocution in Kandhamal : ଫୁଲବାଣୀ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦଣ୍ଡୁଆଙ୍କ ମୃତ୍ୟୁ । ଏଭଳି ଏକା ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅନ୍ତର୍ଗତ ଦଳପଡ଼ା ଗାଁରେ । ଦଣ୍ଡନାଚ ଚାଲିଥିବା ବେଳେ ହଠାତ କାଳ ବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ଏହି ସମୟରେ ବର୍ଷାରେ ଭିଜିଯାଇଥିବା ଦଣ୍ଡୁଆ ବିଦ୍ୟୁତ ତାର ଖୋଲିବାକୁ ଯାଇ ବିଦ୍ୟୁତ ତାର ସସ୍ପର୍ଶରେ ଆସିଥିଲେ।  

ଏହା ମଧ୍ୟ ପଢ଼ନ୍ତୁ.. ହଷ୍ଟେଲରୁ ଲେଡି ବକ୍ସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ - Lady Boxer Found Dead

ବୌଦ୍ଧ ଜିଲ୍ଲା ହରିପୁର ମୁଣ୍ଡିପଦର ଗାଁର କୋଡିଏରୁ ପଚିଶ ଜଣ ଦଣ୍ଡୁଆ ଦଳପଡା ଗାଁକୁ ଆସି ଦଣ୍ଡନାଚ କରୁଥିଲେ । ସୋମବାର ବିଳମ୍ବିତ ରାତିରେ ହଠାତ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ଯାହାଫଳରେ କିଛି ସମୟ ଯାଏଁ ଦଣ୍ଡନାଚ ବନ୍ଦ ହୋଇଥିଲା । ଏହି ସମୟରେ ସେହି ଦଣ୍ଡୁଆ ମାନଙ୍କ ମଧ୍ୟରୁ ଜଣେ ଦଣ୍ଡୁଆ ବର୍ଷାରେ ଓଦା ହୋଇଯାଇଥିବା ବିଦ୍ୟୁତ ତାର  ଖୋଲିବାକୁ ଯାଇଥିଲେ ଓ ବିଦ୍ୟୁତ ତାର ଖୋଲିବା ସମୟରେ ହଠାତ ବିଦ୍ୟୁତ ତାର ସସ୍ପର୍ଶରେ ଆସି ଦଣ୍ଡୁଆ ଜଣକ ଅଚେତ ହୋଇତଳେ ପଡିଯାଇଥିଲେ । ପରେ ଆମ୍ବୁଲାନ୍ସ ଜରିଆରେ ତାଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଚିକିତ୍ସିତ ଅବସ୍ଥାରେ ଦଣ୍ଡୁଆ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ଦଣ୍ଡୁଆ ଜଣକପ୍ରଭାତ କହଁର ବୋଲି ଜଣାପଡ଼ିଥିବା ବେଳେ ସେ ବୌଦ୍ଧ ଜିଲ୍ଲା ହରିପୁର ମୁଣ୍ଡିପଦର ଗାଁର ବୋଲି ଜଣାପଡିଛି । ଖଜୁରୀପଡ଼ା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି l

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.