thumbnail

By ETV Bharat Odisha Team

Published : Mar 8, 2024, 11:08 PM IST

ETV Bharat / Videos

ଜଗତସିଂହପୁରର ବିଭିନ୍ନ ଶୈବପୀଠରେ ଜାଗର ଯାତ୍ରା, ଉଠିଲା ମହାଦୀପ

Jagara Jatra In Jagatsinghpur: ଜଗତସିଂହପୁର: ମହାଶିବରାତ୍ରୀ ଓ ଜାଗର ଯାତ୍ରା ମହାସମାରୋହରେ ପାଳିତ ହୋଇଛି । ଦିନ ତମାମ ବିଭିନ୍ନ ଶୈବପୀଠ ମାନଙ୍କରେ ହଜାର ହଜାର ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରିଛନ୍ତି । ଜଗତସିଂହପୁର ଜିଲ୍ଲାର ବିଭୁତି କ୍ଷେତ୍ର ନାମରେ ପରିଚିତ ଗୋରେଖ ନାଥଙ୍କ ପୀଠରେ ଜାଗର ଯାତ୍ରା ପାଇଁ ମନ୍ଦିର ବେଢା ଚଳଚଞ୍ଚଳ ରହିଥିଲା । ଉପବାସ ରଖିଥିବା ଭକ୍ତମାନେ ଦୀପ ଜାଳି ବାବାଙ୍କ ପାଖରେ ପୂଜାର୍ଚ୍ଚନା କରିଛନ୍ତି । ସେହିପରି ଏରସମାର ପ୍ରସିଦ୍ଧ ଶୈବ ପୀଠ ପଞ୍ଚୁପଲି ମହାଦେବଙ୍କ ନିକଟରେ ଜାଗର ପାଇଁ ପ୍ରବଳ ଜନ ସମାଗମ ହୋଇଥିଲା । 

ଏହା ମଧ୍ୟ ପଢନ୍ତୁ...ସରିଲା ପ୍ରତୀକ୍ଷା, ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ

ସୋମନାଥ ମନ୍ଦିର, ମାଣ୍ଡସାହି, ବିଅଳ ସ୍ଥିତ ଅତି ପୁରାତନ ଶୈବପୀଠ ପ୍ରଭୁ ଗତେଶ୍ୱର ମହାଦେବ, ବିରିଡି ଧ୍ୟାନକୁଦ ସ୍ଥିତ ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ ପ୍ରବଳ ଭିଡ ରହିଥିଲା । ସନ୍ଧ୍ୟା ସମୟରେ ଦର୍ଶନ କରିବା ପରେ ମହାଦୀପ ମନ୍ଦିର ଚୁଡାକୁ ଉଠିବା ପର୍ଯ୍ୟନ୍ତ ବେଢାରେ ଅଖଣ୍ଡ ଦୀପ ପ୍ରଜ୍ବଳିତ କରିଥିଲେ । ଉଜାଗର ରହି ଦେବ ଦେବ ମହାଦେବଙ୍କ ନିକଟରେ ଦୀପ ଦାନ କରି ଶ୍ରଦ୍ଧାଳୁମାନେ ପରମ ତୃପ୍ତି ଲାଭ କରୁଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.