ମହିମା ଆଶ୍ରମରେ ମାଘସପ୍ତମୀ, ଭକ୍ତ ଓ ସାଧୁସନ୍ଥଙ୍କ ସମାଗମ - ମାଘ ସପ୍ତମୀ

🎬 Watch Now: Feature Video

thumbnail

By ETV Bharat Odisha Team

Published : Feb 17, 2024, 1:31 PM IST

Magha Saptami Observed in Mahima Ashram ଢେଙ୍କାନାଳ: ଜିଲ୍ଲାର କାମାକ୍ଷାନଗର ସ୍ଥିତ ମହିମା ଆଶ୍ରମରେ ମାଘସପ୍ତମୀ ତଥା ଆଶ୍ରମର ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି ।  ୧୮୭୫ ମସିହାଠାରୁ ଏହି ଆଶ୍ରମରେ ମାଘମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ମlଘସପ୍ତମୀ ପାଳିତ ହୋଇଥାଏ । ଏହାକୁ ବାର୍ଷିକ ଉତ୍ସବ ଭାବେ ମଧ୍ୟ ପାଳନ କରି ଆସୁଛନ୍ତି କାମାକ୍ଷାନଗରବାସୀ । ସପ୍ତମୀ ଓ ଅଷ୍ଟମୀ ଦୁଇଦିନ ଧରି ଏହି ପର୍ବପାଳନ ହେଉଥିବାବେଳ ସପ୍ତମୀ ଦିନ ବଡି ଭୋର ସମୟରୁ ଅମଣିଆ ବାଲ୍ୟଲୀଳା ବିତରଣ କରାଯାଇଥିଲା । 

ଏହାମଧ୍ୟ ପଢନ୍ତୁ..ଆଜି ପବିତ୍ର ମାଘ ସପ୍ତମୀ, ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ଦିନସାରା ଭୀମଭୋଇଙ୍କ ଭଜନ କୀର୍ତ୍ତନ ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହାପରେ ସନ୍ଧ୍ୟା ୫.୩୦ ସମୟରେ ଜୀବଜଗତର ମଙ୍ଗଳ ଉଦ୍ଦେଶ୍ୟରେ ୧୧ ଶାଖା ବିଶିଷ୍ଟ ଝାଡ ଦୀପ ପ୍ରଜ୍ୱଳନ କରିଯିବା ସହ ବ୍ରହ୍ମଧ୍ବନି ସ୍ଥାପନ କରି ଘୃତାହୂତି କରାଯାଇଥିଲା । ଏହି ସମୟରେ ଅଞ୍ଚଳର ବିଭିନ୍ନ ଭଜନ ମଣ୍ଡଳୀଙ୍କ ଦ୍ବାରା ଅଲେଖ ଭଜନ ଗାନ କରାଯାଇଥିଲା । ଅଲେଖ ମହିମା ଧ୍ୱନିରେ ପୁରା ପରିବେଶ ଭକ୍ତିମୟ ସୃଷ୍ଟି ହୋଇଥିଲା l ଏବଂ ସକାଳେ ନଗର କୀର୍ତ୍ତନ ସହ ଅନ୍ନପ୍ରସାଦ ଓ ମାଘ ସପ୍ତମୀ ପାଳନ ହୋଇଥିଲା । ଏହିଯାତ୍ରାରେ ଅଞ୍ଚଳରୁ ଶହ ଶହ ସଂଖ୍ୟାରେ ଭକ୍ତ ଓ ସାଧୁସନ୍ଥଙ୍କ ସମାଗମ ହୋଇଥିଲା । 

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.