thumbnail

ବଡଦାଣ୍ଡରେ ଆଜି ବୋଲ ମାନୁନି ଘୁଙ୍ଗୁର, ଓଡ଼ିଶୀ ନୃତ୍ୟରେ ମହାପ୍ରଭୁଙ୍କୁ ଭକ୍ତିଅର୍ଘ୍ୟ - RATH YATRA 2024

By ETV Bharat Odisha Team

Published : Jul 7, 2024, 11:13 AM IST

ପୁରୀ: ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ । ସମୟ ଗଡୁଛି, ଭକ୍ତଙ୍କ ଗହଳି ମଧ୍ୟ ବଢୁଛି । ଧିରେ ଧିରେ ଜନସମୁଦ୍ର ହେଉଛି ବଡଦାଣ୍ଡ । ନୀତିନିର୍ଘଣ୍ଟ ଅନୁସାରେ, ଜାରି ରହିଛି ପ୍ରାକ-ପହଣ୍ଡି ନୀତିକାନ୍ତି । ଆଜ୍ଞାମାଳ ବିଜେ ପରେ ରଥ ପ୍ରତିଷ୍ଠା ହେବ । ଅପରାହ୍ନ 2ଟାରୁ ଆରମ୍ଭ ହେବ ଶ୍ରୀଜିଉଙ୍କ ପହଣ୍ଡି । ଧାଡି ପହଣ୍ଡିରେ ରଥକୁ ବିଜେ କରିବେ ତିନିଠାକୁର ଓ ପାର୍ଶ୍ବଦେବତା । ସକାଳୁ ବଡଦାଣ୍ଡରେ ଦେଖିବାକୁ ମିଳିଛି ଭକ୍ତିମୟ ପରିବେଶ । କିଏ ନାମ ସଂକୀର୍ତ୍ତନ ତ ଆଉ କିଏ ପାରମ୍ପରିକ ନୃତ୍ୟରେ ମହାପ୍ରଭୁଙ୍କ ପ୍ରତି ଭାବ ବ୍ୟକ୍ତ କରୁଛନ୍ତି । ବର୍ଷକରେ ଥରେ ଏହି ପାବନ ପର୍ବରେ କଳା ପ୍ରଦର୍ଶନର ସୌଭାଗ୍ୟ ପାଇଁ ନିଜକୁ ଗର୍ବିତ ଅନୁଭବ କରୁଛନ୍ତି । ସେହିକ୍ରମରେ ଯାଜପୁରରୁ ଆସିଥିବା ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଏକ ଦଳ ବଡଦାଣ୍ଡରେ ତିନିରଥ ସମ୍ମୁଖରେ ଓଡିଶୀ ନୃତ୍ୟ ପରିବେଷଣ କରିଛନ୍ତି । ପବିତ୍ର ବିରଜାକ୍ଷେତ୍ରରୁ ଆସି ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ପବିତ୍ର ଯାତ୍ରାରେ ଅଂଶଗ୍ରହଣ କରି ଏମାନେ ଆନନ୍ଦିତ ବୋଲି ମତ ପ୍ରକାଶ କରିଛନ୍ତି । ସେମାନଙ୍କ ସହ ଆଲୋଚନା କରିଛନ୍ତି ଆମ ପୁରୀ ପ୍ରତିନିଧି ଶକ୍ତି ପ୍ରସାଦ ମିଶ୍ର । 

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.