ପୁରୀରେ ନବୀନ: ମହାପ୍ରଭୁଙ୍କୁ ଦର୍ଶନ କଲେ, ରାଷ୍ଟ୍ରପତିଙ୍କୁ ଭେଟିଲେ - NAVEEN PATNAIK IN PURI

By ETV Bharat Odisha Team

Published : Jul 7, 2024, 4:03 PM IST

Updated : Jul 7, 2024, 4:15 PM IST

thumbnail
ପୁରୀରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ (ETV Bharat Odisha)

ପୁରୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥଯାତ୍ରା ଦେଖିବା ପାଇଁ ପୁରୀରେ ପହଞ୍ଚିଛନ୍ତି । ପୁରୀରେ ପହଞ୍ଚିବା ପରେ ହାତଯୋଡ଼ି ଶ୍ରୀଜିଉଙ୍କୁ ପ୍ରଣାମ କରିଛନ୍ତି । ଏହାସହ ହାତ ହଲାଇ ନିଜ ପ୍ରଶଂସକଙ୍କୁ ମଧ୍ୟ ଅଭିବାଦନ ଜଣାଇଛନ୍ତି । ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ନବୀନ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ଭେଟିଛନ୍ତି । ଅନ୍ୟପଟେ ଭକ୍ତଙ୍କ ଗହଣରେ ଝୁଲି ଝୁଲି ଆସି ରଥାରୂଢ ହୋଇସାରିଛନ୍ତି ତିନି ଠାକୁର । ଘଣ୍ଟ, ଘଣ୍ଟା, ମୃଦଙ୍ଗ ନାଦରେ କମ୍ପୁଛି ବଡ଼ଦାଣ୍ଡ । ତିନି ଠାକୁରଙ୍କୁ ଦର୍ଶନ କରି କୃତ୍ୟ କୃତ୍ୟ ହୋଇଛି ଭକ୍ତ । ସେପଟେ ଆରମ୍ଭ ହୋଇଛି ଛେରା ପହଁରା ନୀତି । ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଛେରା ପହଁରା ନୀତି କରୁଛନ୍ତି । 

ଏହା ବି ପଢନ୍ତୁ-  ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି: ମହାପ୍ରଭୁଙ୍କୁ ଦର୍ଶନ କରି ପ୍ରଣାମ କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ

ଇଟିଭି ଭାରତ, ପୁରୀ

Last Updated : Jul 7, 2024, 4:15 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.