ମାହାଙ୍ଗାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ, ପ୍ରଚାରବେଳେ ବିଜେଡିକୁ କଲେ ଟାର୍ଗେଟ - Yogi Adityanath Campaign - YOGI ADITYANATH CAMPAIGN
🎬 Watch Now: Feature Video

Published : May 23, 2024, 5:13 PM IST
Yogi Adityanath Campaign: କଟକ: ଓଡ଼ିଶାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆଜି ମାହାଙ୍ଗା ନିର୍ବାଚନମଣ୍ଡଳୀର କୁଳିଆ ମାର୍କେଟ ପଡ଼ିଆରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିଛନ୍ତି ଯୋଗୀ । ପ୍ରଥମେ ଓଡ଼ିଆରେ 'ଉପସ୍ଥିତ ସମସ୍ତ ଜନତାଙ୍କୁ ନମସ୍କାର' କହି ଭାଷଣ ଆରମ୍ଭ କରିଥିଲେ ଯୋଗୀ । ଦେଶରେ ବୁଲଡୋଜର ବାବା ଭାବେ ପରିଚିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସଭା ନିକଟରେ ବୁଲଡୋଜରରେ ଦଳୀୟ ପତାକା ସଜ୍ଜିତ କରାଯାଇ ରଖାଯାଇଥିବା ଦେଖିବାକୁ ମିଳିଥିଲା ।
ଓଡି଼ଶାରେ ଦୁର୍ନୀତି ଓ ଅପରାଧ ଓ ମାଫିଆଙ୍କୁ ହଟାଇବା ପାଇଁ ବିଜେପିକୁ ସମର୍ଥନ କରିବା ପାଇଁ ନିବେଦନ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ । ମୋଦି ସରକାରଙ୍କ ଉପଲବ୍ଧି ବିଷୟରେ ସହ ନୂଆ ଓଡି଼ଶା ଗଠନ ପାଇଁ ବିଜେପିକୁ ଭୋଟ ଦେବା ପାଇଁ ଅପିଲ କରିଛନ୍ତି । ଏହି ସଭାରେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ସହ ସମସ୍ତ ବିଧାୟକ ପ୍ରାର୍ଥୀ ଉପସ୍ଥିତ ଥିଲେ। ତେବେ ଯୋଗୀଙ୍କୁ ଦେଖିବା ପାଇଁ ସମର୍ଥକମାନଙ୍କ ଭିଡ଼ ଜମିଥିଲା। 'ଜୟ ଶ୍ରୀରାମ' ନାରାରେ କମ୍ପିଉଠିଥିଲା ପୁରା ସମାବେଶ।
ଇଟିଭି ଭାରତ, କଟକ