thumbnail

By ETV Bharat Odisha Team

Published : Jun 3, 2024, 10:04 PM IST

ETV Bharat / Videos

ରାତି ପାହିଲେ ଭୋଟ ଗଣତି; ନୟାଗଡ଼ରେ ସଜାଗ ପ୍ରଶାସନ - Vote counting in Nayagarh

Vote counting in Nayagarh: ନୟାଗଡ଼: ରାତି ପାହିଲେ ଭୋଟ ଗଣତି । ନୟାଗଡ଼ ଜିଲ୍ଲାରେ ୪ଟି ବିଧାନସଭା ଏବଂ ୩ଟି ଲୋକସଭା ଆସନର ଭୋଟ ଗଣତି ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ନୟାଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟ ପରିସରରେ କରାଯାଇଥିବା ଗଣତି କେନ୍ଦ୍ରରେ ନୟାଗଡ଼, ଦଶପଲ୍ଲା, ଖଣ୍ଡପଡା ଏବଂ ରଣପୁର ବିଧାନସଭା ଆସନ ସହ ପୁରୀ କଟକ ଏବଂ କନ୍ଧମାଳ ଲୋକସଭା ପାଇଁ ପଡ଼ିଥିବା ଭୋଟ ଗଣତି ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜିଲ୍ଲାର ୪ଟି ବିଧାନସଭା ଓ ୩ଟି ଲୋକସଭା ପାଇଁ ଭୋଟ ଗଣତି ଗୋଟିଏ ସ୍ଥାନରେ ହେଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି଼ କରାଯାଇଛି ।

ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ପ୍ରଥମେ ବାଲାଟ ଭୋଟ ଗଣତି ପରେ EVM ମେସିନ ଭୋଟ ଗଣତି ହେବ । ବିଧାନସଭା ଏବଂ ଲୋକସଭା ଆସନ ଭୋଟ ଗଣତି ପାଇଁ ପ୍ରତି ରାଉଣ୍ଡରେ ୧୪ଟି ଲେଖାଏଁ ୨୮ଟି ଟେବୁଲ୍ କରାଯାଇଛି । ବିଧାନସଭା ଏବଂ ଲୋକସଭା ଭୋଟ ଗଣତି ପାଇଁ ଅଲଗା ଅଲଗା ରୁମ୍‌ କରାଯାଇଛି । ସୁରକ୍ଷିତ ଏବଂ ନିରପେକ୍ଷ ଭୋଟ ଗଣତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ EVM ଷ୍ଟ୍ରଙ୍ଗରୁମ୍‌ରୁ କାଉଣ୍ଟିଂ ହଲ୍‌ ସବୁଠି CCTV ଏବଂ ୱେବକାଷ୍ଟିଂର ବ୍ୟବସ୍ଥା ଗ୍ରହଣ କରାଯାଇଛି । କାଉଣ୍ଟିଂ ହଲ ଭିତରକୁ ମୋବାଇଲ ଫୋନ୍ ନିଷେଧ ରହିଛି । ନିର୍ବାଚନ ଅଧିକାରୀଙ୍କ ଦ୍ବାରା ପଞ୍ଜୀକୃତ ବିଭିନ୍ନ ଦଳର ଏଜେଣ୍ଟ କେବଳ ସାଦା କାଗଜ ଏବଂ କଲମ ନେଇ କାଉଣ୍ଟିଂ ହଲ ଭିତରକୁ ଯାଇପାରିବେ । ୧୫ରୁ ୧୮ ରାଉଣ୍ଡ ମଧ୍ୟରେ ସମସ୍ତ ଭୋଟ ଗଣତି ଶେଷ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ଏଥିସହ କାଉଣ୍ଟିଂ ହଲ ଆଗ ଏବଂ ଆଖପାଖ ଅଞ୍ଚଳରେ ଗହଳି ନକରିବା ପାଇଁ ଆଜି ରାତି ୧୧ଟାରୁ ୫ ତାରିଖ ସକାଳ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି । ଚଳିତ ନିର୍ବାଚନରେ ଜିଲ୍ଲାର ପ୍ରାୟ ସବୁ ଆସନରେ ବିଜେଡି ଏବଂ ବିଜେପି ମଧ୍ୟରେ କଡା ଟକ୍କର ହେଉଥିବାରୁ ନିରପେକ୍ଷ ଭୋଟ ଗଣତି ଉପରେ ସମସ୍ତଙ୍କର ନଜର ରହିଛି ।  

ଏହା ମଧ୍ୟ ପଢ଼ନ୍ତୁ...ରାତି ପାହିଲେ ଭୋଟ ଗଣତି, କଳାହାଣ୍ଡିରେ ସୁରକ୍ଷା ବ୍ୟବସ୍ଥା କଡାକଡି - VOTE COUNTING IN kalahandi

ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.