thumbnail

By ETV Bharat Odisha Team

Published : Jun 6, 2024, 6:45 PM IST

ETV Bharat / Videos

ଫଳାଫଳ ଅପ୍ରତ୍ୟାଶିତ ନୁହେଁ, ବିଜେପିର ସ୍ବାଭାବିକ ବିଜୟ: ଜୟନାରାୟଣ - JAYANARAYAN MISHRA REACTION

ସମ୍ବଲପୁର: ରାଜ୍ୟରେ ବିଜେପି ବିଜେପି ଏକାକୀ ଜନମତ ପାଇବା ପରେ ପାଣ୍ଡିଆନ ଗାଏବ ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । କହିଲେ, "ଜେଲ ଯିବେ ପାଣ୍ଡିଆନ । ଅପେକ୍ଷା କରନ୍ତୁ । ତାଙ୍କୁ ପୋଲିସ ଖୋଜିବ, ଯେଉଁଠି ଥିଲେ ବି ବାହାରିବେ । ସବୁ ଅଭିଯୁକ୍ତ ମାନେ ଜେଲ ଯିବେ ।"

ବିଜେପିର ବଡ଼ ବିଜୟ ପରେ ଜୟନାରାୟଣ ପ୍ରତିକ୍ରିୟାରେ କହିଛନ୍ତି," ଫଳାଫଳ ଅପ୍ରତ୍ୟାଶିତ ନୁହେଁ, ବିଜେପିର ସ୍ବାଭାବିକ ବିଜୟ ହୋଇଛି । ଅନେକ ଚକ୍ରାନ୍ତ ଚାଲିଥିଲା । ସବୁ ଚକ୍ରାନ୍ତକୁ ପଣ୍ଡ କରି ବିଜେପି ଜିତିଲା । ବିରୋଧୀ ଦଳ ନେତା ଥିବା ବେଳେ କହିଥିଲି, ବିଜେପି ସରକାର କରିବ ।" ସେହିପରି ମୁଖ୍ୟମନ୍ତ୍ରୀ କିଏ ହେବେ ପ୍ରଶ୍ନରେ ଉତ୍ତର ରେ କହିଛନ୍ତି ଯେ, ଆମ ମୁଖ୍ୟମନ୍ତ୍ରୀ ଯିଏ ବି ହେବେ, ନବୀନ ପଟ୍ଟନାୟକଙ୍କ ଠାରୁ ଭଲ ଶାସନ ଦେବେ । ଓଡ଼ିଆ ପୁଅ ମୁଖ୍ୟମନ୍ତ୍ରୀ ହେବେ । ଓଡ଼ିଆ କହୁଥିବା, ଲେଖୁଥିବା, ବୁଝୁଥିବା ଲୋକ ମୁଖ୍ୟମନ୍ତ୍ରୀ ହେବେ । ମୁଖ୍ୟମନ୍ତ୍ରୀ କିଏ ହେବେ, ତାହା ବିଜେପି ସଂସଦୀୟ ଦଳ ଏବଂ ବିଧାୟକ ଦଳ ଉପରେ ନିର୍ଭର କରୁଛି । ବିଧାୟକ ଦଳ ନିଜ ନେତା ବାଛିବେ, ସଂସଦୀୟ କମିଟି ମୋହର ମାରିବ । 

ଏହା ମଧ୍ୟ ପଢନ୍ତୁ ....ରାଜ୍ୟପାଳଙ୍କୁ ଭେଟିଲେ ସିଇଓ; ନିର୍ବାଚନ ଫଳାଫଳ ନେଇ କଲେ ଅବଗତ - CEO Meets Governor 


 ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.