thumbnail

By ETV Bharat Odisha Team

Published : Jun 1, 2024, 11:21 AM IST

ETV Bharat / Videos

ଜଗତସିଂହପୁରରେ ଚାଲିଛି ନିର୍ବାଚନ, ଭୋଟ ଦେବାକୁ ଉତ୍ସାହିତ ଭୋଟର - EVM glitch in Jagatsinghpur

Odisha Election 2024: ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର 4ଟି ଯାକ ନିର୍ବାଚନ ମଣ୍ଡଳୀରେ ଜାରି ରହିଛି ମତଦାନ । ଜଗତସିଂହପୁର, ପାରାଦ୍ୱୀପ, ବାଲିକୁଦା-ଏରସମା ଏବଂ ତିର୍ତ୍ତୋଲ ବିଧାନସଭା ଆସନରେ ଭୋଟଗ୍ରହଣ ହେଉଛି । ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଥିବାବେଳେ କେତେକ ସ୍ଥାନରେ ଇଭିଏମରେ ତ୍ରୁଟି ଦେଖାଯାଇଥିଲା  । ଯେଉଁଥିପାଇଁ ସେହିସବୁ ବୁଥଗୁଡିକରେ ମତଦାନ ପ୍ରକ୍ରିୟା ବାଧାପ୍ରାାପ୍ତ ହୋଇଥିଲା  । ଏହି ଖବର ପାଇବା ପରେ ପ୍ରଶାସନ ପକ୍ଷରୁ ଇଭିଏମକୁ ସଚଳ କରିବା ପାଇଁ ପଦକ୍ଷେପ ନିଆଯାଇଥିଲା । ବର୍ତ୍ତମାନ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଜାରି ରହିଛି  । ଯୁବଠୁ ବରିଷ୍ଠ ଭୋଟରମାନେ ଉତ୍ସାହର ସହ ବୁଥରେ ପହଞ୍ଚି ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି  । ଜଗତସିଂହପୁର ଜିଲ୍ଲାରେ ମୋଟ ଭୋଟରଙ୍କ ସଂଖ୍ୟା 9 ଲକ୍ଷ 60 ହଜାର 739 ରହିଛି । ସେମାନଙ୍କ ମଧ୍ୟରୁ 4 ଲକ୍ଷ 97 ହଜାର 123 ପୁରୁଷ ଏବଂ 4 ଲକ୍ଷ 63 ହାଜର 519 ମହିଳା ଭୋଟର ଅଛନ୍ତି ।ସେହିଭଳି ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ରହିଛି 97 ରହିଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.