ଚାଲିଛି ଭୋଟିଂ, ଗାଁ ବୁଥରେ ଭୋଟ ଦେଲେ ଜୁଏଲ ଓରାମ - Jual Oram cast his vote - JUAL ORAM CAST HIS VOTE
🎬 Watch Now: Feature Video


Published : May 20, 2024, 1:09 PM IST
ରାଉରକେଲା: ଦେଶରେ ପଞ୍ଚମ ପର୍ଯ୍ୟାୟ ସହ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । 5 ଲୋକସଭା ଓ 35 ବିଧାନସଭା ଆସନରେ ଆଜି ମତାଧିକାର ସାବ୍ୟସ୍ତ କରୁଛନ୍ତି ଜନତା । ବିଭିନ୍ନ ଦଳର ପ୍ରାର୍ଥୀ ଓ ବରିଷ୍ଠ ନେତାମାନେ ସେମାନଙ୍କ ନିଜ ବୁଥରେ ଭୋଟ ଦେଇଛନ୍ତି । ଏହିକ୍ରମରେ ସୁନ୍ଦରଗଡର ସାଂସଦ ତଥା ଚଳିତଥର ପ୍ରାର୍ଥୀ ଜୁଏଲ ଓରାମ ମଧ୍ୟ ଭୋଟ ଦେଇଛନ୍ତି । ବଣେଇ ଲହୁଣୀପଡା କେନ୍ଦୁଢିହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର 167 ନମ୍ବର ବୁଥରେ ମତଦାନ କରିଛନ୍ତି ଜୁଏଲ । ମୋଦି ସରକାରରେ କ୍ୟାବିନେଟ ପାହ୍ୟା ପାଇଥିବା ଜୁଏଲ ଏଥର ମଧ୍ୟ ନିଜ ପାରମ୍ପରିକ ଆସନ ସୁନ୍ଦରଗଡରୁ ନିର୍ବାଚନ ଲଢୁଛନ୍ତି । ରାଜ୍ୟରେ ବିଜେପିର ବଡ ଆଦିବାସୀ ଚେହେରା ହେଉଛନ୍ତି ଜୁଏଲ । ସେ ପୂର୍ବରୁ ଦଳର ରାଜ୍ୟ ସଭାପତି ଭାବେ ମଧ୍ୟ କାର୍ଯ୍ୟଭାର ତୁଲାଇ ସାରିଛନ୍ତି । ଚଳିତ ନିର୍ବାଚନରେ ମଧ୍ୟ ସୁନ୍ଦରଗଡ ବିଜେପିର ସ୍ଥିତି ଭଲ ରହିଛି । ଦଳ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ବେଶ ଆଶାବାଦୀ ମଧ୍ୟ । ଭୋଟ ଦେବା ଅବସରରେ ଜୁଏଲଙ୍କ ସହ ଆଲୋଚନା କରିଛନ୍ତି ଆମ ସ୍ଥାନୀୟ ପ୍ରତିନିଧି ସ୍ମୃତି ରଞ୍ଜନ ବେହେରା ।
ଇଟିଭି ଭାରତ, ରାଉରକେଲା