ରାତି ପାହିଲେ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ, ପ୍ରସ୍ତୁତ ଜିଲ୍ଲା ପ୍ରଶାସନ - Preparation for Vote Counting

By ETV Bharat Odisha Team

Published : Jun 3, 2024, 8:35 PM IST

thumbnail
Preparation for Vote Counting (ETV Bharat Odisha)

Preparation for Vote Counting: ଢେଙ୍କାନାଳ: ଚଳିତ ୨୦୨୪ ସାଧାରଣ ନିର୍ବାଚନ ଅବସରରେ ଆସନ୍ତା କାଲି ମଙ୍ଗଳବାର ଭୋଟ ଗଣତି ହେବ । ଢେଙ୍କାନାଳ ଜିଲ୍ଲାର ଲୋକସଭା ଆସନ ପାଇଁ ୧୦ଜଣ ସାଂସଦ ଓ ୪ଟି ବିଧାନସଭା ଆସନ ପାଇଁ ୨୯ଜଣ ବିଧାୟକ ଏପରି ମୋଟ ୩୯ଜଣ ପ୍ରାର୍ଥୀଙ୍କ ଭାଗ୍ୟର ପେଡି ଖୋଲିବାକୁ ଯାଉଛି । ଏହି ଭୋଟ ଗଣତି ପାଇଁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସକାଳ ୮ଟାରୁ ଭୋଟ ଗଣତି କାର୍ଯ୍ୟ ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବ୍ୟାଲେଟ ଓ ପରେ ଇଭିଏମର ଭୋଟ ଗଣତି କରାଯିବ ।  

ନିର୍ବାଚନ ନିୟମ ମୁତାବକ ପରୀକ୍ଷା ମୂଳକ ଭାବେ ଯେ କୌଣସି ୫ଟି ଭିଭିପ୍ୟାଟକୁ ଯାଞ୍ଚ କରାଯିବ । ଢେଙ୍କାନାଳ ଲୋକସଭା ଆସନ ଓ ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର ଓ ପରଜଙ୍ଗ ବିଧାନସଭା ଆସନ ପାଇଁ ୩ଟି ଜାଗାରେ ଭୋଟ ଗଣତି କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଢେଙ୍କାନାଳ ମହିଷାପାଟ ସ୍ଥିତ ଇଭିଏମ ୱେର ହାଉସରେ ଢେଙ୍କାନାଳ ବିଧାନସଭା ନିର୍ବାଚନ ମଣ୍ଡଳୀର, ହିନ୍ଦୋଳ ହାଇସ୍କୁଲରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ, କାମାକ୍ଷାନଗର କଲେଜରେ ପୃଥକ ପୃଥକ ଭାବେ କାମାକ୍ଷାନଗର ଓ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ମିଳିତ ଭାବେ ଭୋଟ ଗଣତି ହେବ ।  

ଏହା ମଧ୍ୟ ପଢ଼ନ୍ତୁ..  BJB କ୍ୟାମ୍ପସରେ ଭୋଟ ଗଣତି: LED ସ୍କ୍ରିନ ଓ DJରେ ହେବ ଫଳାଫଳ ଘୋଷଣା - Special Arrangement For Counting

ଭୋଟ ଗଣତି ନିର୍ଭୁଲ ଓ ନିର୍ବିବାଦୀୟ ତଥା ସୁରୁଖୁରୁରେ ସାରିବା ପାଇଁ ପ୍ରତ୍ୟେକ ଗଣତି କେନ୍ଦ୍ରରେ ଉଭୟ ସାଂସଦ ଓ ବିଧାୟକଙ୍କ ପାଇଁ ୧୦ଟି ଲେଖାଏଁ ଜିଲ୍ଲାରେ ମୋଟ ୮୦ଟି ଟେବଲ ବ୍ୟବସ୍ଥା କରାଯାଇଛି । ଫଳରେ ଢେଙ୍କାନାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୨୮, ହିନ୍ଦୋଳ ପାଇଁ ୨୭, କାମାକ୍ଷାନଗର ପାଇଁ ୨୪ ଓ ପରଜଙ୍ଗ ପାଇଁ ୨୫ଟି ରାଉଣ୍ଡରେ ଗଣତି ଶେଷ ହେବ ବୋଲି ଜଣାପଡିଛି । ଅପରପକ୍ଷରେ ଏହି ଗଣତି ପାଇଁ ଜିଲ୍ଲାରେ ମୋଟ ୪୦୩ଜଣ କାଉଣ୍ଟି କର୍ମଚାରୀଙ୍କୁ ନିୟୋଜିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୨୭ଜଣ ମାଇକ୍ରୋ ଅବସର୍ଭର, ୧୧୭ଜଣ କାଉଣ୍ଟିଂ ସୁପରଭାଇଜର ଓ ୧୫୯ଜଣ କାଉଣ୍ଟିଂ ସହାୟକ ନିୟୋଜିତ ହୋଇଥିବା ଜଣାପଡିଛି।

ଇଟିଭି ଭାରତ, ଢେଙ୍କାନାଳ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.