thumbnail

ତିର୍ତ୍ତୋଲରେ ଶାନ୍ତି ଶୃଙ୍ଖଳାର ସହ ଶେଷହେଲା ମତଦାନ - Polling Ends in Tirtol

By ETV Bharat Odisha Team

Published : Jun 1, 2024, 8:37 PM IST

ଜଗତସିଂହପୁର: ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ମତଦାନ । ଆଜି ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବାବେଳେ ରାଜ୍ୟର ୬ ଲୋକସଭା ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସମେତ ଏଗୁଡ଼ିକ ଅଧିନରେ ଥିବା ୪୨ ବିଧାନସଭା ଆସନରେ ପଡ଼ିଛି ଭୋଟ । ଜଗତସିଂହପୁର ଜିଲ୍ଲାର ଏହି ତିର୍ତ୍ତୋଲ ସଂରକ୍ଷିତ ଆସନରେ ନିର୍ବାଚନ ପ୍ରକ୍ରିୟା ଆଜି ସକାଳ ୭ଟା ସମୟରୁ ଆରମ୍ଭ ହୋଇ ସାନ୍ଧ୍ୟ ୬ଟା ପର୍ଯ୍ୟନ୍ତ ଚାଲିଥିଲା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ତ୍ବେ ଭୋଟରମାନେ ଆଗ୍ରହର ସହିତ ଆସି ନିଜ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ । ବିଶେଷ ଭାବରେ ଯୁବ ଓ ନୂତନ ଭୋଟରଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଉତ୍ସାହ । 

ଏହା ମଧ୍ୟ ପଢ଼ନ୍ତୁ...ଦେଶ ଗଠନରେ ସହଯୋଗ କରୁଛନ୍ତି ଦେଶର ଭବିଷ୍ୟତ, ଭୋଟିଂ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ପ୍ରଶଂସନୀୟ କାର୍ଯ୍ୟ - Student helps in Polling booth

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.