ରାଜସ୍ବ ଗ୍ରାମ ଦାବିରେ ଭୋଟ ବର୍ଜନ, ଭୋଟ ଦେଲେନି ୧୫ ଶହରୁ ଊର୍ଦ୍ଧ୍ବ ଭୋଟର - BOYCOTT ELECTIONS mayurbhanj

By ETV Bharat Odisha Team

Published : Jun 1, 2024, 7:57 PM IST

thumbnail
BOYCOTT ELECTIONS MAYURBHANJ (ETV Bharat Odisha)

BOYCOTT ELECTIONS IN MAYURBHANJ: ରାଇରଙ୍ଗପୁର: ଭୋଟ ବର୍ଜନ କଲେ ରାମଚନ୍ଦ୍ରପୁରବାସୀ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳ ଗୁଡିକର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବାସ୍ତବରେ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଗ୍ରାମାଞ୍ଚଳ ଗୁଡିକରେ ପହଞ୍ଚି ପାରୁନାହିଁ । ଯାହାର ପ୍ରତିଫଳନ ଦେଖିବାକୁ ମିଳିଛି ସାରସକଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜାତଳା ବ୍ଲକ ପୋଡ଼ାଗ୍ରାମ ରାମଚନ୍ଦ୍ରପୁର ସାହି ଠାରେ । ରାମଚନ୍ଦ୍ରପୁର ସାହିଟି ସାରସକଣା ନିର୍ବାଚନ ମଣ୍ଡଳୀରେ ପଡ଼ୁଥିବାବେଳେ ଉକ୍ତ ସାହିରେ ୧୧ ନଂ ଓ ୧୨ ନଂ ଦୁଇଟି ୱାର୍ଡ଼ ରହିଛି । ରାମଚନ୍ଦ୍ରପୁର ସାହିରେ ପାଖାପାଖି ୩୦୦ରୁ ଉର୍ଦ୍ଧ୍ବ ଘର ରହିଥିବା ବେଳେ ସେଠାକାର ଭୋଟର ସଂଖ୍ୟା ହେଉଛି ୧୫୦୦ରୁ ଉର୍ଦ୍ଧ୍ବ । ତେବେ ଦୀର୍ଘ ବର୍ଷ ହେବ ସେଠାକାର ବାସିନ୍ଦା ବିଭିନ୍ନ ସମସ୍ୟା ମଧ୍ୟରେ ରହି ଜୀବନଯାପନ କରୁଛନ୍ତି । ମୌଳିକ ସୁବିଧାରୁ ବଞ୍ଚିତ ସେଠାକାର ବାସିନ୍ଦା । 

ରାମଚନ୍ଦ୍ରପୁର ବାସିନ୍ଦା ମାନେ ୧୯୯୫ ମସିହାରୁ ଉକ୍ତ ସାହିକୁ ସ୍ବତନ୍ତ୍ର ରାଜସ୍ବ ଗ୍ରାମ ମାନ୍ୟତା ପାଇଁ ଦାବି କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାମଚନ୍ଦ୍ରପୁର ସାହି ରାଜସ୍ବ ଗ୍ରାମର ମାନ୍ୟତା ପାଇ ପାରିନାହିଁ । ସେବେ ଠାରୁ ମୟୂରଭଞ୍ଜ ଜିଲ୍ଲାପାଳ,ବିଜାତଳା ଉପଜିଲ୍ଲାପାଳ, ବିଜାତଳା ବ୍ଲକ ବିଡ଼ିଓ, ବିଜାତଳା ତହସିଲର ତହସିଲଦାରଙ୍କୁ ବିଭିନ୍ନ ସମୟରେ ସାହି ସମ୍ବନ୍ଧୀୟ ସମସ୍ୟାର ସମାଧାନ ଓ ରାଜସ୍ବ ଗ୍ରାମ ଦାବି ଜଣାଇ ଆସୁଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଶେଷରେ ସାହିରେ ଥିବା ୧୫୦୦ରୁ ଉର୍ଦ୍ଧ୍ବ ଭୋଟର ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିଛନ୍ତି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.