thumbnail

By ETV Bharat Odisha Team

Published : Jun 1, 2024, 8:59 AM IST

ETV Bharat / Videos

ମତଦାନ କଲେ ଆଳି ବିଧାୟକ ପ୍ରାର୍ଥୀ, ସମସ୍ତଙ୍କୁ ଭୋଟ ଦେବାକୁ କଲେ ଅପିଲ - Aul BJP candidate Casts Vote

Last Phase Of Voting in Odisha କେନ୍ଦ୍ରାପଡା:  ଜାରି ରହିଛି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ । ରାଜ୍ୟରେ 6 ଲୋକସଭା ଓ 42 ବିଧାନସଭା ଆସନ ପାଇଁ ପଡୁଛି ଭୋଟ । ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି ମତଦାନ  । 460 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ବୁଥ ଗୁଡିରେ ଲମ୍ବା ଧାଡିରେ ଛିଡା ହୋଇ ଭୋଟ ଦେଉଛନ୍ତି ଭୋଟର । ଏହିକ୍ରମରେ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଆଳି ବିଧାନସଭା ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା ଦେମାଳ ସ୍ଥିତ ବ୍ରଜସୁନ୍ଦର ସରକାରୀ ନୋଡାଲ ୟୁଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ପ୍ରଥମ ଭୋଟ ଦେବାକୁ ଆସିଥିବା ବେଳେ ଇଭିଏମରେ ଯାନ୍ତ୍ରୀକ ତ୍ରୁଟି କାରଣରୁ ଭୋଟ ଦେଇପାରିନଥିବା କହିଛନ୍ତି । ପରବର୍ତ୍ତୀ ସମୟରେ ସେ ମତଦାନ କରିଥିଲେ  । ଅନ୍ୟପଟେ ଗଣତନ୍ତ୍ରର ନିର୍ଣ୍ଣାୟକ ହୋଇଥାଏ ମତଦାନ, ତେଣୁ ସୁଚିନ୍ତିତ ମତଦାନ କରିବାକୁ ଆଳି ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ନିକଟରେ ଅଧିକରୁ ଅଧିକ ମତଦାନ କରିବାକୁ ନିବେଦନ କରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ  । 

ଏହାମଧ୍ୟ ପଢନ୍ତୁ.. ଆଜି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ, ଆରମ୍ଭ ହେଲା ମତଦାନ - Odisha Fourth Phase Election

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.