ବିଦ୍ୟାଳୟ ନାହିଁ ତ ଭୋଟ ନାହିଁ, ନାରା ଦେଇ ଭୋଟ ବର୍ଜନ କରିଲେ ଗ୍ରାମବାସୀ - Villagers boycott Election - VILLAGERS BOYCOTT ELECTION
🎬 Watch Now: Feature Video
Published : May 21, 2024, 12:58 PM IST
Villagers boycott Election: ନୟାଗଡ: ବିଦ୍ୟାଳୟ ବନ୍ଦ ତ ଭୋଟ ବନ୍ଦ । ଏପରି କିଛି ନାରାଦେଇ ଭୋଟ ବର୍ଜନ କରିଛନ୍ତି ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର 108 ନମ୍ବର ବୁଥ ଡିହଗାଁ ପଞ୍ଚାୟତ ଖଇରାପଙ୍କାଳସାହିର ଭୋଟର । ବୁଥ ଅଧିନରେ 482 ଜଣ ଭୋଟର ରହିଥିବା ବେଳେ ଜଣଙ୍କୁ ଛାଡି, କେହି ବି ଭୋଟ ଦେଇ ନାହାନ୍ତି । ତେବେ ଗ୍ରାମରେ ସ୍କୁଲ ନଥିବାରୁ ଭୋଟ ବର୍ଜନ କରିଛନ୍ତି ଗ୍ରାମବାସୀ ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗାଁରେ ଥିବା ଏକମାତ୍ର ଉଚ୍ଚ ବିଦ୍ୟାଳୟକୁ ପାଖ ସ୍କୁଲରେ 2021ରେ ମିଶ୍ରଣ କରାଯାଇଥିଲା । ଯାହାଦ୍ୱାରା ପିଲାମାନେ ପାଠ ପଡ଼ିବାକୁ ଦୂର ବାଟକୁ ଯାଇପାରିନଥିଲେ l ତେବେ ଗ୍ରାମରେ ସ୍କୁଲ ଖୋଲିବାକୁ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠି ଅଭିଯୋଗ ପରେ ସୁଦ୍ଧା ଏପର୍ଯ୍ୟନ୍ତ ସ୍କୁଲ ନିର୍ମାଣ ହୋଇପାରିଲା ନାହିଁ ।"
ଏହାମଧ୍ୟ ପଢନ୍ତୁ..‘ପାଣି ସମସ୍ୟାର ସମାଧାନ ହେଲାନି, ଆମେ ଏଥର ଭୋଟ ଦେବୁନି’ - Boycott Voting
ଗାଁରେ ସ୍କୁଲ ନିର୍ମାଣ ଦାବିରେ ପ୍ରତିବାଦ କରି ଗାଁର ସମସ୍ତ ଲୋକେ ଭୋଟ ନଦେଇ ବୁଥ ଆଗରେ ଧାରଣାରେ ବସିରହି ପ୍ରତିବାଦ କରିଥିଲେ । ଖବର ପାଇ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ବହୁ ବୁଝାସୁଝା କରିଥିଲେ ମଧ୍ୟ ଗାଁ ଲୋକ ଭୋଟ ଦେଇ ନଥିବା ଜଣା ପଡ଼ିଛି ।
ଇଟିଭି ଭାରତ, ନୟାଗଡ