ଡିଫାଇନ କଳାହାଣ୍ଡିକୁ ରାଜନୀତିକରଣ କରନ୍ତୁ ନାହିଁ: ମଧୁ ମହାନ୍ତି - Kalahandi Define Organization - KALAHANDI DEFINE ORGANIZATION
🎬 Watch Now: Feature Video


Published : Apr 27, 2024, 3:58 PM IST
Kalahandi Define Organization: ଭବାନୀପାଟଣା: କଳାହାଣ୍ଡି ଡିଫାଇନ ସଂଗଠନର ଅଧ୍ୟକ୍ଷ ମଧୁ ମହାନ୍ତି ଲୋକମାନଙ୍କୁ ସାହାଯ୍ୟ କରୁଥିବା ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତେବେ ସେ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ମଧୁ ମହାନ୍ତି । ରାଜନୀତି ପାଇଁ ନୁହେଁ ବରଂ ସମାଜ ସେବା ପାଇଁ ଡିଫାଇନ ସଂଗଠନ ଗଠନ କରିଥିବା ନେଇ ସେ ସ୍ପଷ୍ଟ କରିଛନ୍ତି ।
ଡିଫାଇନ କଳାହାଣ୍ଡି ଅଧ୍ୟକ୍ଷ ମଧୁ ମହାନ୍ତି ଧର୍ମଗଡ ନିର୍ବାଚନ ମଣ୍ଡଳୀ ପାଇଁ ସ୍ଵାଧୀନ ପ୍ରାର୍ଥୀ ହେବା ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା । ତେବେ ଏହାକୁ ନେଇ ନିଜର ସ୍ପଷ୍ଟ ଆଭିମୁଖ୍ୟ ରଖିଛନ୍ତି ମଧୁ ମହାନ୍ତି । ସେ କହିଛନ୍ତି ଯେ, ତାଙ୍କର ସଂଗଠନ କୌଣସି ରାଜନୀତି ଦଳକୁ ନିର୍ବାଚନ ପାଇଁ ସମର୍ଥନ କରୁନାହିଁ କିମ୍ବା ସେ ରାଜନୀତି କରିବେ ନାହିଁ । କେବଳ ଜିଲ୍ଲାବାସୀଙ୍କ ସେବା ହିଁ ଡିଫାଇନ କଳାହାଣ୍ଡିର ଲକ୍ଷ୍ୟ ।
ଡିଫାଇନ କଳାହାଣ୍ଡିରେ ପ୍ରାୟ ୪ ଲକ୍ଷ୍ୟ ସଦସ୍ୟ ରହିଥିବା ବେଳେ ସେମାନେ ଜଣେ ଉଚିତ୍ ପ୍ରାର୍ଥୀ ଓ ବିକାଶ କାର୍ଯ୍ୟରେ ଯାହାର ରୁଚି ଥିବ ଏବଂ ଅଞ୍ଚଳ ପାଇଁ ଯିଏ କାମ କରିବ ସେମିତି ଜଣେ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟ କରାଇବା ପାଇଁ ମଧୁ ମହାନ୍ତି ନିବେଦନ କରିଛନ୍ତି ।
ଇଟିଭି ଭାରତ, କଳାହାଣ୍ଡି