ଭୋଟ ଦେଉଛି ବାଲେଶ୍ୱର, ଉତ୍ସାହିତ ନୂଆ ଭୋଟର - Balasore constituency

By ETV Bharat Odisha Team

Published : Jun 1, 2024, 10:21 AM IST

thumbnail
BALASORE CONSTITUENCY (ETV Bharat Odisha)

BALASORE CONSTITUENCYବାଲେଶ୍ୱର: ଗଣତନ୍ତ୍ରର ମହାନ ପର୍ବରେ ଆଜି ସାମିଲ ହୋଇଛନ୍ତି ବାଲେଶ୍ୱରବାସୀ । ବାଲେଶ୍ୱରବାସୀ ସେମାନଙ୍କ ମନ ପସନ୍ଦର ନେତା ବାଛିବେ । ଏଥିପାଇଁ ସକାଳ 7ରୁ ଆରମ୍ଭ ହୋଇଯାଇଛି ମତଦାନ । ବାଲେଶ୍ୱର ଜିଲ୍ଲାର 8ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ 1913ଟି ମତଦାନ କେନ୍ଦ୍ର ରହିଛି । ସେଥି ମଧ୍ୟରୁ ୨୫୯ଟି ଆଦର୍ଶ ମତଦାନ କେନ୍ଦ୍ର ନିର୍ଦ୍ଧାରଣ କରାଯାଇଛି ଯେଉଁଥିରେ ସଖୀ ୧୮୯ଟି ମତଦାନ କେନ୍ଦ୍ର, ୧୬ଟି ଯୁବବର୍ଗଙ୍କ ଦ୍ୱାରା ପରିଚାଳିତ ମତଦାନ କେନ୍ଦ୍ର, ୨୨ଟି ପରିବେଶ ଅନୁକୂଳ ମତଦାନ କେନ୍ଦ୍ର, ୧୫ଟି ଜାତିଗତ ମତଦାନ କେନ୍ଦ୍ର, ୧୫ଟି ଅନ୍ୟାନ୍ୟ ଥିମ୍ ଆଧାରିତ ମତଦାନ କେନ୍ଦ୍ର ସହିତ ଜିଲ୍ଲାରେ ସର୍ବମୋଟ ୮୮୯ଟି ମିଶ୍ରିତ ବୁଥ ରହିଛି ।

ଏହାମଧ୍ୟ ପଢନ୍ତୁ.. ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଭୋଟିଂ; ସକାଳ 9ଟା ସୁଦ୍ଧା 7.69 % ଭୋଟିଂ, ଜଗତସିଂହପୁରରେ ସର୍ବାଧିକ - Odisha Fourth Phase Election

ଏହାସହ ୨୪୨ଟି ଅତି ସମ୍ବେଦନଶୀଳ ବୁଥ ସମେତ ସମସ୍ତ ମତଦାନ କେନ୍ଦ୍ରରେ ୨୨ ଗୋଟି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ କମ୍ପାନୀ ମୁତୟନ କରାଯିବା ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧୧୫୬ଟି ବୁଥରେ ୱେବକାଷ୍ଟିଙ୍ଗ ବ୍ୟବସ୍ଥା କରାଯାଇଛି । ନୂଆ ଭୋଟରମାନେ ପ୍ରଥମ କରି ସେମାନଙ୍କ ମତ ସାବ୍ୟସ୍ତ କରି ବେଶ ଖୁସି ଥିବା କଥା କହିଛନ୍ତି । ନୂଆ ଦେଶ ଓ ରାଜ୍ୟ ଗଠନ ଦିଗରେ ସେମାନଙ୍କ ମତ ପ୍ରଦାନ କରିବା ନେଇ ଉତ୍ସାହିତ ନୂଆ ଭୋଟର । ବାଲେଶ୍ଵର ଜିଲ୍ଲାର ସର୍ବମୋଟ ୧୮,୯୨,୮୦୫ ମତଦାତା ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରୁଛନ୍ତି । ଯେଉଁଥିରେ ୯ ଲକ୍ଷ ୬୩ ହଜାର ୨୧୨ ଜଣ ପୁରୁଷ ଭୋଟର ଥିବା ବେଳେ ୯ ଲକ୍ଷ ୨୯ ହଜାର ୪୪୯ ମହିଳା ଭୋଟର ଅଛନ୍ତି ଏବଂ ଅନ୍ୟାନ୍ୟ ଲିଙ୍ଗଗତ ବର୍ଗର ଭୋଟର ସଂଖ୍ୟା ୧୪୪ ରହିଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.