୨୫ରେ କଟକରେ ମତଦାନ; ଯୁବ ଭୋଟରଙ୍କୁ ସଚେତନ କରୁଛି ଜିଲ୍ଲା ପ୍ରଶାସନ - Voters Awareness Program - VOTERS AWARENESS PROGRAM
🎬 Watch Now: Feature Video
Published : May 22, 2024, 12:04 PM IST
କଟକ: କଟକର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ହୋଇଛି । କିପରି ଅଧିକ ମାତ୍ରାରେ ଭୋଟିଂ ହେବ। ଭୋଟର ମନେ ଅଧିକ ମାତ୍ରରେ ବୁଥ କୁ ଆସି ମତଦାନ ସାବ୍ୟସ୍ତ କରିବେ ସେନେଇ ଜିଲ୍ଲା ପ୍ରସାସନ ପକ୍ଷରୁ ଜାରି ରହିଛି ଅନେକ କାର୍ଯ୍ୟକ୍ରମ । ଏହିକ୍ରମରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ମତଦାନ ସଚେତନତା ପାଇଁ ଏକ ୱାକଥାନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଛାତ୍ର, ଯୁବକ ମାନେ ଏହି ୱାକଥାନ କାର୍ଯ୍ୟକ୍ରମରେ ସାମିଲ ହୋଇ ଜନସାଧାରଣଙ୍କୁ ମତଦାନର ବାର୍ତ୍ତା ପ୍ରଚାର କରିଥିଲେ । ୱାକଥନ୍ କାର୍ଯ୍ୟକ୍ରମଟି ଜବାହାର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ଠାରୁ ବାହାରି ବାରବାଟି ଦୁର୍ଗ ,ବାରବାଟି ଷ୍ଟାଡିୟମ୍, କଂଭେଣ୍ଟ ସ୍କୁଲ, ବିଜୁ ପଟ୍ଟନାୟକ ଛକ ଦେଇ ଆନନ୍ଦ ଭବନ ଠାରେ ଶେଷ ହୋଇଥିଲା। କଟକ ଅତିରିକ୍ତ ଜିଲ୍ଲାପାଳ ଦିବ୍ୟସଙ୍କର ମହନ୍ତ, ପିଡି ସୁବାସ ଚନ୍ଦ୍ର ରାୟ ପତ୍ତକା ଦେଖାଇ ୱାକଥାନ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ନିର୍ବାଚନ ଆୟୋଗଙ୍କର ନିର୍ଦ୍ଦେଶ କ୍ରମେ ଲୋକ ମାନଙ୍କ ମଧ୍ୟରେ ଭୋଟ ଦେବା ପାଇଁ ଏ ଭଳି କାର୍ଯ୍ୟ କ୍ରମ ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟ କ୍ରମରେ ଜିଲ୍ଲା କ୍ରୀଡା ଅଧିକାରୀ ରଶ୍ମୀରଂଜନ ସାମନ୍ତରାୟ, ଉପସ୍ଥିତ ଥିଲେ । ତେବେ ନିର୍ବାଚନକୁ ସ୍ୱଚ୍ଛ, ମୁକ୍ତ ଓ ଅବାଧ କରିବା ପାଇଁ ଜିଲ୍ଲାର ଷାଠିଏ ପ୍ରତିଶତ ବୁଥରେ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଥିବାବେଳେ ବିଭିନ୍ନ ବୁଥରେ ସିସିଟିଭି ଲଗାଯାଇଛି ଏବଂ ମାଇକ୍ରୋ ଅବଜରଭରମାନଙ୍କୁ ନିୟୋଜିତ କରାଯାଇଛି । ନିର୍ବାଚନ ଅନିୟମିତତା ସମ୍ପର୍କିତ କୌଣସି ଅଭିଯୋଗର ପଞ୍ଜିକରଣ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମନ୍ୱିତ କଂଟ୍ରୋଲ ରୁମ୍ ଖୋଲାଯାଇଛି । ଏଥିସହ ୧୯୫୦ ଟୋଲ ଫ୍ରି ନମ୍ବର କିମ୍ବା ସି-ଭିଜିଲ୍ ଆପ୍ ମାଧ୍ୟମରେ ମଧ୍ୟ ଜନସାଧାରଣ ଅନିୟମିତତା ସମ୍ପର୍କିତ ଅଭିଯୋଗ କରିପାରିବେ । ଭୋଟର ମାନଙ୍କ ପାଇଁ ଏହି ତମାମ ସୁବିଧା କରାଯାଇଛି । ତେବେ ଆସନ୍ତା ୨୫ତାରିଖରେ ସକାଳୁ କଟକରେ ଆରମ୍ଭ ହେବ ମତଦାନ ।
ଏହା ମଧ୍ୟ ପଢନ୍ତୁ: ‘କଟକରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର କୌଣସି ପ୍ରଭାବ ପଡିବ ନାହିଁ’
ଇଟିଭି ଭାରତ, କଟକ