କଟକ ଲୋକସଭା ଫାଇଟ୍‌: ବିଜେଡିକୁ କଟାକ୍ଷ କରି କାହାକୁ ଇଙ୍ଗିତ କଲେ ଭର୍ତ୍ତୃହରି ? - Lok Sabha Election 2024

By ETV Bharat Odisha Team

Published : Apr 23, 2024, 10:40 PM IST

thumbnail

କଟକ: କଟକ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ହୋଇଛନ୍ତି ସାଂସଦ ଭର୍ତ୍ତୃହରି ମହତାବ । ବିଜେଡି ଟିକେଟରୁ ନିର୍ବାଚନ ଲଢ଼ି ୫ ଥର ସାଂସଦ ଭାବରେ ଜିତିଥିବା ଭର୍ତ୍ତୃହରି ଏଥର ଶଙ୍ଖ ଛାଡି ପଦ୍ମ ଶିବିରରୁ ପ୍ରାର୍ଥୀ ହୋଇଛନ୍ତି । ତେଣୁ ପ୍ରଚାର ବେଳେ କଣ କହୁଛନ୍ତି ଭର୍ତ୍ତୃହରି ? ଭୋଟରମାନେ ତାଙ୍କୁ କଣ ପ୍ରଶ୍ନ କରୁଛନ୍ତି ? ଭୋଟରଙ୍କୁ ଆକୃଷ୍ଟ କରିବାକୁ କଣ ରଣନୀତି ପ୍ରସ୍ତୁତ କରିଛନ୍ତି ଭର୍ତ୍ତୃହରି ? ଇଟିଭି ଭାରତ ସହ ସ୍ବତନ୍ତ୍ର ସାକ୍ଷାତକାର ସମୟରେ ଏଭଳି ଅନେକ ପ୍ରଶ୍ନର ଉତ୍ତର ରଖିଛନ୍ତି ସେ ।

ଏହା ମଧ୍ୟ ପଢ଼ନ୍ତୁ...କଟକ ଲୋକସଭା ନିର୍ବାଚନ: ଭର୍ତ୍ତୃହରିଙ୍କ ପୁରୁଣା ପିଚରେ ନୂଆ ବ୍ୟାଟ୍ସମ୍ୟାନ ସନ୍ତୃପ୍ତ, କାହାର ହେବ ବାଜିମାତ ! - Bhartruhari vs Santrupta

ବଡ଼ କଥା ହେଉଛନ୍ତି ବିଜେଡିକୁ କଟାକ୍ଷ କରି ଅନେକ ଈଶାରା ଦେଇଛନ୍ତି ମହତାବ । ଏମିତିକି "ଶଙ୍ଖ ହେଉଛି ଯୁଦ୍ଧର ପ୍ରତୀକ, ପଦ୍ମ ହେଉଛି ଶାନ୍ତିର ପ୍ରତୀକ" ବୋଲି କହିଛନ୍ତି ଭର୍ତ୍ତୃହରି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସେ ଅସ୍ତ୍ର କରି ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି । ତେବେ ଭର୍ତ୍ତୃହରିଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ...

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.