ଚାଲୁଥିଲା ବସ୍‌ ପଛରୁ ଲାଗିଲା ନିଆଁ, ଦେଖନ୍ତୁ ଭିଡିଓ - Fire In Passenger Bus

By ETV Bharat Odisha Team

Published : Jul 3, 2024, 6:25 PM IST

thumbnail
Passenger Bus Catches Fire (ETV Bharat Odisha)

Passenger Bus Catches Fire: କଟକ: ଚଳନ୍ତା ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ । କଟକ ମଲା ଚଣ୍ଡି ଛକରେ ଭୁବନେଶ୍ୱରରୁ ଢେଙ୍କାନାଳ ଯାଉଥିବା ଜଗନ୍ନାଥ ବସ୍‌ ଡିକିରେ ହଠାତ୍ ନିଆଁ ଲାଗି ଯାଇଥିଲା । ତେବେ ଡିକିରେ ନିଆଁ ଲାଗିଥିବା ଜାଣି ଡ୍ରାଇଭର ଜଣକ କୌଶଳ କ୍ରମେ ମଝି ରାସ୍ତାରେ ଗାଡିକୁ ରଖି ଦେଇଥିଲେ । ନିଆଁ ଦେଖି ବସରେ ଥିବା ଯାତ୍ରୀମାନେ ଭୟଭୀତ ହୋଇ ଗାଡିରୁ ଓହ୍ଲାଇ ପଡ଼ିଥିଲେ । ନିଆଁ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଉପସ୍ଥିତ ବୁଦ୍ଧି ଖଟାଇ ପ୍ରଥମେ ନିଆଁକୁ ଆୟତ୍ତ କରିଥିଲେ । ଏହାପରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ସଂପୂର୍ଣ୍ଣ ଆୟତ୍ତ କରିଥିଲେ । ଡିକିରେ ଥିବା ତାରରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରୁଛନ୍ତି ଅଗ୍ନିଶମ ଅଧିକାରୀ । ତେବେ ଏହି ଅଗ୍ନିକାଣ୍ଡରେ କୌଣସି ଯାତ୍ରୀଙ୍କର କ୍ଷତି ହୋଇ ନଥିବା ବେଳେ ଡିକି ଭିତରେ ଥିବା ଅନେକ ଜିନିଷରେ ନିଆଁ ଲାଗି ପୋଡ଼ିଯାଇଛି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.