ପରଦାକୁ ଆସିବ ‘ସୀତା’, ସଂଘର୍ଷର କାହାଣୀ କହିଲେ ଅଭିନେତ୍ରୀ ଦେବଯାନୀ - One To One with Odia Film Sita Team

By ETV Bharat Odisha Team

Published : Jul 3, 2024, 8:53 PM IST

thumbnail
ଆସନ୍ତା ୫ରେ ରିଲିଜ ହେବ ଓଡ଼ିଆ ଫିଲ୍ମ 'ସୀତା', ଫିଲ୍ମ ଦେଖିବାକୁ ଅପିଲ କଲେ ଟିମ୍ (ETV Bharat Odisha, @DebjaniDeghuria)

ଭୁବନେଶ୍ୱର: ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ଜୁଲାଇ ୫ରେ ରିଲିଜ ହେବାକୁ ଯାଉଛି ଓଡ଼ିଶାର ମୌଳିକ କାହାଣୀକୁ ନେଇ ନିର୍ମିତ ଫିଲ୍ମ 'ସୀତା' । ଚାଷୀ ଓ ଚାଷର କରୁଣ କାହାଣୀକୁ ନେଇ ଫିଲ୍ମଟି ପ୍ରସ୍ତୁତ ହୋଇଥିବା ବେଳେ ଲୋକଙ୍କ ମନକୁ ଛୁଇଁବ ବୋଲି କହିଛନ୍ତି ଫିଲ୍ମ ନିର୍ମାତା । ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବା ବେଳେ ଚାଷ ହିଁ ଆମର ଜୀବନର ଆଧାର ହୋଇଥାଏ । ତେଣୁ ଚାଷୀ ମୃତ୍ୟୁ ଓ ଚାଷୀ ପାଇଁ ଥିବା ଯୋଜନା କିଭଳି ବାଟମାରଣା ହୁଏ ତାକୁ ନେଇ ଚଳଚ୍ଚିତ୍ରଟି ନିର୍ମିତ ହୋଇଛି । ଓଡ଼ିଶାର ଦାଦନ ଶ୍ରମିକ ପ୍ରଥା ଓ ଚାଷୀ ଦୁଃଖ, ଆନ୍ଦୋଳନ ଓ ସମ୍ମାନ ସହ ଚାଷର କାହାଣୀ କହିବା ସହ ଚାଷୀ ଘରର ବାପ ଝିଅ ସମ୍ପର୍କର ଏକ କରୁଣ କାହାଣୀ ଦେଖିବ ପୁରା ଓଡ଼ିଶା । ଏଥିରେ ଅନେକ ସଚେତନତାର ବାର୍ତ୍ତା ମଧ୍ୟ ରହିଛି । ତେବେ ସବୁ ବର୍ଗର ଲୋକଙ୍କୁ ଏହି ନିଛକ ଚଳଚ୍ଚିତ୍ରଟି ଭଲ ଲାଗିବ ଆଉ ସମାଜରେ ଘଟୁଥିବା ଅନେକ ସତ୍ୟର ଉନ୍ମୋଚନ କରିବା ବୋଲି କହିଛି ପ୍ରଯୋଜନା ସଂସ୍ଥା । ସେପଟେ ଫିଲ୍ମ ଦେଖିବାକୁ ଅପିଲ କରିବା ସହ ଏହା ନିଶ୍ଚୟ ସିନେପ୍ରେମୀଙ୍କୁ ଭଲ ଲାଗିବ ବୋଲି କହିଛନ୍ତି ଅଭିନେତ୍ରୀ ଦେବଯାନୀ । ତେବେ ଚଳଚିତ୍ର ସୀତା ଯାହା ଏକ ସଂଘର୍ଷର କାହାଣୀ କ'ଣ ରହିଛି ଏହି ସିନେମାରେ ଜାଣନ୍ତୁ ଅଭିନେତ୍ରୀ ଦେବଯାନୀ ଓ ନିର୍ଦ୍ଦେଶକ ତଥା ପ୍ରଯୋଜକ ଅଶ୍ୱିନୀ ତ୍ରିପାଠୀଙ୍କ ମୁହଁରୁ....

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.