ଅନନ୍ତ ଅମ୍ବାନିଙ୍କ ବିବାହ ଉତ୍ସବ, ଶ୍ରୀମନ୍ଦିର ସେବାୟତଙ୍କୁ ଆସିଲା ନିଆରା ନିମନ୍ତ୍ରଣ ପତ୍ର - Invitaion To Ambani Wedding

By ETV Bharat Odisha Team

Published : Jul 3, 2024, 11:01 PM IST

thumbnail
Anant Ambani Wedding Invitation (ETV Bharat Odisha)

Anant Ambani Wedding Invitation: ପୁରୀ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନିଙ୍କ ନିଆରା ବାହାଘର ନିମନ୍ତ୍ରଣ ପତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିବାହ ଉତ୍ସବରେ ଯୋଗଦେବା ପାଇଁ ଶ୍ରୀମନ୍ଦିର ସେବାୟତଙ୍କ ନିକଟକୁ ଆସିଛି ନିମନ୍ତ୍ରଣ ପତ୍ର । ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନିଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ଉତ୍ସବ ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବ। ତେବେ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଶ୍ରୀମନ୍ଦିରର ଜଣେ ସେବାୟତ ତଥା ପରିଚାଳନା କମିଟି ସଦସ୍ୟ ଜଗନ୍ନାଥ କରଙ୍କ ନିକଟକୁ ଏହି ନିମନ୍ତ୍ରଣ ପତ୍ର ଆସିଛି । 

ଏହି ନିମନ୍ତ୍ରଣ ପତ୍ରଟି ସମ୍ପୂର୍ଣ୍ଣ ରୂପାରେ ଆଚ୍ଛାଦିତ ହୋଇଛି । ନିମନ୍ତ୍ରଣ ପତ୍ରଟିକୁ ଖୋଲିଲେ ବିଷ୍ଣୁ ସହସ୍ର ନାମ ଗୁଞ୍ଜରିତ ହେଉଛି । ନିମନ୍ତ୍ରଣ ପତ୍ରରେ ଭାରତର ବିଭିନ୍ନ ଦେବାଦେବୀ ମାନଙ୍କର ପ୍ରତିଛବି ରହିଛି । ଡିଜିଟାଲ ଉପାୟରେ ଏହାକୁ ପ୍ରସ୍ତୁତ କରାଯାଇଛି । ତେବେ କିଛିଦିନ ତଳେ ଅନନ୍ତ ଅମ୍ବାନି ପୁରୀ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ । ସେ ସମୟରେ ପ୍ରାୟ ଅଢେଇ କୋଟି ଟଙ୍କା ସେ ଶ୍ରୀମନ୍ଦିରକୁ ଦାନ କରିଥିଲେ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.