ବାଙ୍ଗିରିପୋଷିରେ ମାରାଥନ ପ୍ରଚାର କଲେ ରଞ୍ଜିତା ମାରାଣ୍ଡି - BJD Road show in Bangiriposhi - BJD ROAD SHOW IN BANGIRIPOSHI
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/26-05-2024/640-480-21562087-thumbnail-16x9-.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : May 26, 2024, 3:31 PM IST
BJD Campaign in Bangiriposhi: ରାଇରଙ୍ଗପୁର: ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଶେଷ ପର୍ଯ୍ୟାୟରେ ମୟୂରଭଞ୍ଜରେ ପଡିବାକୁ ଯାଉଛି ଭୋଟ । ଜୁନ ୧ ତାରିଖରେ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ର ଓ ଏହାର ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ । ତେବେ ହାତରେ ଆଉ କିଛି ଦିନ ଥିବା ବେଳେ ପ୍ରାର୍ଥୀମାନଙ୍କ ପ୍ରଚାର ଜୋରଦାର ରହିଛି । ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟିକା ପ୍ରାର୍ଥିନୀ ରଞ୍ଜିତା ମାରାଣ୍ଡି ନିଜ ଦଳୀୟ ସମର୍ଥକଙ୍କ ସହ ଘର ଘର ବୁଲି ପ୍ରଚାରରେ ଲାଗିପଡିଛନ୍ତି ।
ଶନିବାର ଦିନ ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ବଡବ୍ରାହ୍ମଣ ଗ୍ରାମ ପଞ୍ଚାୟତରେ ବିଜେଡ଼ି ପକ୍ଷରୁ ଏକ ବିଶାଳ ରୋଡ ସୋ ଆୟୋଜନ ହୋଇଥିଲା । ରୋଡ ସୋରେ ବିଧାୟିକା ପ୍ରାର୍ଥିନୀ ରଞ୍ଜିତା ମାରାଣ୍ଡି ଉପସ୍ଥିତ ରହି ମାରାଥନ ପ୍ରଚାର କରିଥିଲେ । ଏଥିରେ ଗ୍ରାମର ହଜାର ହଜାର ମହିଳା ଯୋଗ ଦେଇଥିଲ । ଏହି ଅବସରରେ ବିଧାୟିକା ପ୍ରାର୍ଥିନୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଭୋଟରଙ୍କୁ ଅବଗତ କରାଇବା ସହିତ ତାଙ୍କୁ ଓ ଲୋକସଭା ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କୁ ଯୋଡି ଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଥିଲେ ।
ଇଟିଭି ଭାରତ, ମୟୂରଭଞ୍ଜ