ଓଡ଼ିଶାରେ କିଏ ହେବ ମୁଖ୍ୟମନ୍ତ୍ରୀ ? ଏମିତି କହିଲେ ଜୁଏଲ ଓରାମ - Jual Oram

By ETV Bharat Odisha Team

Published : Jun 6, 2024, 1:02 PM IST

thumbnail
ଓଡ଼ିଶାରେ କିଏ ହେବ ମୁଖ୍ୟମନ୍ତ୍ରୀ ? ଏମିତି କହିଲେ ଜୁଏଲ ଓରାମ (ETV Bharat Odisha)

ରାଉରକେଲା: ଓଡ଼ିଶାରେ ଗଠନ ହେବ ବିଜେପି ସରକାର । ରାଜ୍ୟର ୧୪୭ ବିଧାନସଭାରୁ ୭୮ ଏବଂ ୨୧ ଲୋକସଭାରୁ ୨୦ ଆସନରେ ବିଜୟୀ ହୋଇ ୨୪ ବର୍ଷ ପରେ ନୂଆ ସରକାର କରିବାକୁ ଯାଉଛି ବିଜେପି । ଏମିତିରେ ଏବେ ସବୁଠୁ ବଡ ପ୍ରଶ୍ନ ହୋଇଛି, କିଏ ହେବ ମୁଖ୍ୟମନ୍ତ୍ରୀ । ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ନେଇ କଳ୍ପନା ଜଳ୍ପନା ଜାରି ରହିଥିବାବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସୁନ୍ଦରଗଡ ଲୋକସଭା ଆସନରୁ ନିର୍ବାଚିତ ଜୁଏଲ ଓରାମ  । ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ପ୍ରଶ୍ନରେ ଜୁଏଲ କହିଛନ୍ତି, କେନ୍ଦ୍ର ହାଇକମାଣ୍ଡ ଏହା ଉପରେ ନିଷ୍ପତ୍ତି ନେବେ । 

କହିରଖୁଛୁ କି, ଜୁଏଲ ସୁନ୍ଦରଗଡ ଆସନରୁ ବିପୁଳ ଭୋଟରେ ପୁଣିଥରେ ବାଜିମାତ୍ କରିଛନ୍ତି  । ସେ ବିଜେଡି ପ୍ରାର୍ଥୀ ଦିଲ୍ଲୀପ ତିର୍କୀଙ୍କୁ ୧,୩୮,୮୮୦ ଭୋଟ ବ୍ୟବଧାନରେ ହରାଇଛନ୍ତି  । ଏନେଇ ତାଙ୍କର ସମର୍ଥକଙ୍କ ମହଲରେ ଖୁସିରେ ଲହରୀ ଖେଳିଯାଇଛି  । ବିପୁଳ ବିଜୟ ନେଇ ଜୁଏଲଙ୍କ ପାଖକୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ  । ଦଳୀୟ କର୍ମୀ ଓ ସମର୍ଥକମାନେ ବାଣ ଫୁଟାଇ ମିଠା ବାଣ୍ଟି ଖୁସି ମନାଇଛନ୍ତି  । ଷଷ୍ଠ ଥର ପାଇଁ ବିଜେପିର ସାଂସଦ ଭାବରେ ତାଙ୍କୁ ନିର୍ବାଚିତ କରିଥିବାରୁ ଜୁଏଲ ଓରାମ ସୁନ୍ଦରଗଡବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି  । ଚଳିତ ନିର୍ବାଚନରେ ଜୁଏଲ ଓରାମ 4,94,282 ଭୋଟ ପାଇଥିବା ବେଳେ ଦିଲ୍ଲୀପ ତିର୍କୀ 3,55,474 ଭୋଟ ପାଇଥିଲେ  । କଂଗ୍ରେସକୁ 2,61,981 ଭୋଟ ମିଳିଥିଲା । 

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.