ବିଜେପିର ବିଜୟ ପରେ ଧର୍ମେନ୍ଦ୍ରଙ୍କ ବାର୍ତ୍ତା, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ସମ୍ବଲପୁର ତଥା ଓଡ଼ିଶାର ହେବ ବିକାଶ - Dharmendra thanks Sambalpur people

By ETV Bharat Odisha Team

Published : Jun 6, 2024, 7:46 AM IST

thumbnail
ଓଡ଼ିଶା ବିଜୟ ଧର୍ମେନ୍ଦ୍ରଙ୍କ ବାର୍ତ୍ତା, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ସମ୍ବଲପୁର ତଥା ଓଡ଼ିଶାର ହେବ ବିକାଶ (ETV Bharat Odisha)

ସମ୍ବଲପୁର: ଓଡ଼ିଶାରେ ୨୪ ବର୍ଷର ସରକାରକୁ ଧୂଳିସାତ୍ କରି ବଡ଼ ବିଜୟ ହାସଲ କରିଛି ବିଜେପି । ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଜନସାଧାରଣଙ୍କ ଆର୍ଶୀବାଦ ପାଇ ବିଜୟୀ ହୋଇଛନ୍ତି  । ଏହି ବିପୁଳ ଜନସମର୍ଥନ ପାଇଁ ଧର୍ମେନ୍ଦ୍ର ପ୍ରଧାନ ଭିଡ଼ିଓ ବାର୍ତ୍ତା ଯୋଗେ ସମ୍ବଲପୁରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ, ମା’ ସମଲେଇଙ୍କର ଅପାର କରୁଣାରୁ ସମ୍ବଲପୁର ଲୋକସଭା କ୍ଷେତ୍ରର ସବୁ ଗୁରୁଜନ, ମା’ ଭଉଣୀ ଏବଂ ଦଦା ଭାଇମାନଙ୍କୁ ଶ୍ରଦ୍ଧା ଏବଂ ଆଶୀର୍ବାଦ କାରଣରୁ ଲୋକସଭା ନିର୍ବାଚିତ ହେବାର ସୌଭାଗ୍ୟ ପାଇଛି । ଲୋକମାନେ ଜନପ୍ରିୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ଲାଗି ଭାରତର ପ୍ରଧାନମନ୍ତ୍ରୀ ହେବା ପାଇଁ ଆଶୀର୍ବାଦ ଦେଇଛନ୍ତି । ଏଥିପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି  । ସମ୍ବଲପୁର ହେଉଛି ସ୍ୱାଭିମାନର ମାଟି । ସମ୍ବଲପୁରର ମାନ ସମ୍ମାନକୁ ବଢାଇବା ସହ ବିକଶିତ କରିବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସଫଳ ନେତୃତ୍ୱରେ ସମ୍ବଲପୁର ବିକଶିତ ହେବ । ସେଥିପାଇଁ ସମ୍ବଲପୁରବାସୀଙ୍କ ନିରନ୍ତର ସହଯୋଗ କାମନା କରୁଛି । ଆମେ ସମସ୍ତେ ମିଳିମିଶି କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ସମ୍ବଲପୁରକୁ ବିକଶିତ କରିବା ସହ ଓଡିଶା ଏବଂ ଭାରତକୁ ବିକଶିତ କରିବା । ସମସ୍ତଙ୍କର ଉନ୍ନତି ପାଇଁ ମହାପ୍ରଭୁ ଜଗନ୍ନାଥ, ମା’ ସମଲେଇଙ୍କ ପାଖରେ ଧର୍ମେନ୍ଦ୍ର ପ୍ରାର୍ଥନା କରିଛନ୍ତି  ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.