ବିଜୟ ପରେ ନିଆଳି ନିର୍ବାଚନ ମଣ୍ଡଳୀ ଗସ୍ତ କଲେ ଛବି ମଲ୍ଲିକ, ବିଭିନ୍ନ ମନ୍ଦିର କଲେ ପରିଦର୍ଶନ - MLA CHABI MALLICK NIALI VISIT

By ETV Bharat Odisha Team

Published : Jun 6, 2024, 11:32 AM IST

thumbnail
ବିଜୟ ପରେ ନିଆଳି ନିର୍ବାଚନ ମଣ୍ଡଳୀ ଗସ୍ତ କଲେ ଛବି ମଲ୍ଲିକ, ବିଭିନ୍ନ ମନ୍ଦିର କଲେ ପରିଦର୍ଶନ (ETV Bharat Odisha)

ନିଆଳି: ବିଜେପି ବିଜୟୀ ବିଧାୟକ ପ୍ରାର୍ଥୀ ଛବି ମଲ୍ଲିକ ପ୍ରଥମ ନିର୍ବାଚନ ମଣ୍ଡଳୀ ଗସ୍ତ କରିବା ସହିତ ବିଭିନ୍ନ ପଞ୍ଚାୟତ ସହ ମନ୍ଦିର ଦର୍ଶନ କରିଛନ୍ତି । ବିଧାନସଭା ଛବି ମଲ୍ଲିକ ବାରଙ୍ଗ, କଣ୍ଟାପଡ଼ା ଓ ନିଆଳି ବ୍ଳକର ବିଭିନ୍ନ ମନ୍ଦିର ଯାଇ ଦର୍ଶନ କରିଛନ୍ତି । ଜଗନ୍ନାଥଙ୍କ ମାମୁଁ ଘର ମାଧବାନନ୍ଦ ଜୀୟୁ,ଜଲ୍ଲାରପୁରର ସୋମନାଥ ମନ୍ଦିର, ନିଆଳି ଶୋଭନେଶ୍ବର ମନ୍ଦିର ସମେତ ଅନେକ ମନ୍ଦିର ଯାଇ ପ୍ରଭୁଙ୍କ ଆର୍ଶୀବାଦ ଭିକ୍ଷା କରିଛନ୍ତି । ନିର୍ବାଚନ ମଣ୍ଡଳୀ ଗସ୍ତ ସମୟରେ ବିଧାୟକ ଛବି ମଲ୍ଲିକ କହିଛନ୍ତି ଦୀର୍ଘ ୧୫ ବର୍ଷ ଧରି ଦୁର୍ନୀତି ଓ ଭ୍ରଷ୍ଟାଚାର ଚାଲିଥିଲା ନିଆଳି ବାସୀ ପରିବର୍ତ୍ତନ କରିଛନ୍ତି। ଲୋକେ ମୋ ଉପରେ ଏବଂ ଭାରତୀ ଜନତା ପାର୍ଟି ଉପରେ ଭରସା ଓ ଆଶା ରଖିଛନ୍ତି ନିଶ୍ଚିତ ଭାବରେ ପୂରଣ କରିବି । ବିଜୟୀ ପରେ ନିଆଳି ବାସୀ ବହୁତ ଉତ୍ସାହିତ ଅଛନ୍ତି ଗତକାଲି ଠାରୁ ନିର୍ବାଚନ ବିଜୟୀ ପରଠାରୁ ନିଆଳି ବାସୀଙ୍କ ପାଇଁ ଭଲ ହୋଇଛି ଏବଂ ତାଙ୍କୁ ନ୍ୟାୟ ମିଳିଛି । ନିଆଳି ଦୁର୍ନୀତି ସମ୍ପର୍କରେ ମୁହଁ ଖୋଲି ବିଧାୟକ ଛବି ମଲ୍ଲିକ କହିଛନ୍ତି ସମୟ ଆସୁ ଯାହା ଦୁର୍ନୀତି ହୋଇଛି ସରକାର ପଦକ୍ଷେପ ନେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି । ସେହିପରି ରାଜ୍ୟ ବିଜେପି ମୁଖପାତ୍ର ରାଜେନ୍ଦ୍ର ପ୍ରସାଦ ପଣ୍ଡା କହିଛନ୍ତି ନୂତନ ବିଧାୟକ ନିଆଳିର ବିଭିନ୍ନ ସ୍ଥାନ ପରିଦର୍ଶନ ସହିତ ଜଲ୍ଲାରପୁର ପଞ୍ଚାୟତ ବାସୀଙ୍କ ସହିତ ମିଶି ବିଜୟୀ ଉତ୍ସବ ପାଳନ କଲେ । ନିଆଳି ପରିବର୍ତ୍ତନ ସହିତ ଓଡ଼ିଶାରେ ବି ବିଜେପି ସରକାର ଆସିଛି। ଏଥିପାଇଁ ସବୁ ଶ୍ରେୟ ଜନସାଧାରଣଙ୍କୁ ଦେଇଛନ୍ତି ରାଜେନ୍ଦ୍ର ପ୍ରସାଦ ପଣ୍ଡା ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.