thumbnail

By ETV Bharat Odisha Team

Published : Jun 5, 2024, 12:03 PM IST

ETV Bharat / Videos

ଗ୍ୟାରେଣ୍ଟି ପୂରଣ ସହ ରାଜ୍ୟରେ ସୁଶାସନ ଦେବ ବିଜେପି ସରକାର: ଐତିହାସିକ ସଫଳତା ପରେ ବିଜେପିର ବିଭିନ୍ନ ବରିଷ୍ଠ ନେତାଙ୍କ ପ୍ରତିକ୍ରିୟା - assembly election results 2024

ଭୁବନେଶ୍ବର: ସାଧାରଣ ନିର୍ବାଚନ ସହ ବିଧାନସଭା ଫଳାଫଳରେ ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟରେ ଐତିହାସିକ ସଫଳତାର ସହ ଜନାଦେଶ ପାଇଛି । ଏବେ ମୁଖ୍ୟମନ୍ତ୍ରୀ ଚୟନ ନେଇ ଦଳ ମାନସ ମନ୍ଥନ ଜାରି ରଖିଛି । ଚଳିତ 10 ତାରିଖରେ ରାଜ୍ୟରେ ବିଜେପି ସରକାର ଗଠନ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ନିଜେ ତାରିଖ ଘୋଷଣା କରିସାରିଛନ୍ତି । ଗତକାଲିର ବିଜୟ ପରେ ପୁରା ରାଜ୍ୟ ବିଜେପି ଏବେ ଉତ୍ସାହିତ । ମାତ୍ର ରାଜ୍ୟରେ ପ୍ରଚାରର ମଙ୍ଗ ଧରିଥିବା ରାଜ୍ୟ ସଭାପତି ମନମୋହନ ସାମଲ କିନ୍ତୁ ଚାନ୍ଦବାଲିରୁ ପରାଜିତ ହୋଇଛନ୍ତି । ଏନେଇ ବରିଷ୍ଠ ବିଜେପି ନେତା ତଥା ଦଳର ରାଜ୍ୟ ସଭାପତି ମନମୋହନ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇ ସାରିଥିବା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ପ୍ରମୁଖ ରାଜ୍ୟରେ ବିଜେପି ସୁଶାସନ ସହ ସରକାର ଚଳାଇବ ବୋଲି କହିଛନ୍ତି । ଏହା ସହ ସେମାନେ ଏହି ଐତିହାସିକ ଜନାଦେଶ ପାଇଁ ରାଜ୍ୟବାସୀ ଓ ପ୍ରଚାରର ନେତୃତ୍ବା ନେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.