thumbnail

ଚାଲିଛି ଗଣତି, ଭୋଟ ଗଣତି କେନ୍ଦ୍ର ପରିସରରୁ 200 ମିଟର ପର୍ଯ୍ୟନ୍ତ 144 ଜାରି - Odisha Election Results 2024

By ETV Bharat Odisha Team

Published : Jun 4, 2024, 9:33 AM IST

Odisha Election Results 2024 ନୂଆପଡା: ୨୦୨୪ ଜନାଦେଶ  । ସକାଳ ୮ରୁ ଆରମ୍ଭ ହୋଇଯାଇଛି ଭୋଟ ଗଣତି । କଳାହାଣ୍ଡି ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ନୂଆପଡା ଜିଲ୍ଲାର 71 ନୂଆପଡା ନିର୍ବାଚନ ମଣ୍ଡଳୀ ଏବଂ 72 ଖରିଆର ନିର୍ବାଚନ ମଣ୍ଡଳୀର ଭୋଟ ଗଣତି କେନ୍ଦ୍ର ନୂଆପଡା ନ୍ୟାସନାଲ କଲେଜ ପରିସର କରାଯାଇଛି । ଶାନ୍ତି ଶୃଙ୍ଖଳା ପାଇଁ ନୂଆପଡା ପୋଲିସ ପ୍ରଶାସନ ପକ୍ଷରୁ 4 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ନେଇ ନୂଆପଡା ଏସପି ଜି. ରାଘବେନ୍ଦ୍ର ରେଡ୍ଡୀ ସୂଚନା ଦେଇଛନ୍ତି । ଆଜି ସକାଳୁ ସକାଳୁ ବିଭିନ୍ନ ଦଳୀୟ ପ୍ରାର୍ଥୀଙ୍କ କାଉଣ୍ଟିଙ୍ଗ ଏଜେଣ୍ଟମାନେ ଲମ୍ବା ଧାଡିରେ ଭୋଟ ଗଣତି କେନ୍ଦ୍ରକୁ ପ୍ରବେଶ କରିଛନ୍ତି । ଭୋଟ ଗଣତି କେନ୍ଦ୍ର ବାହାରେ ଲୋକଙ୍କ ପ୍ରବଳ ଭିଡ ଦେଖାଦେଇଛି । ଭୋଟ ଗଣତି କେନ୍ଦ୍ର ପରିସରରୁ 200 ମିଟର ପର୍ଯ୍ୟନ୍ତ 144 ଜାରି କରାଯାଇଛି । ନୂଆପଡା ଖରିଆର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପାଖାପାଖୀ 22 ରାଉଣ୍ଡରେ ଭୋଟ ଗଣତି ହେବ  । 

ଏହାମଧ୍ୟ ପଢନ୍ତୁ.. ଇତିହାସ ସୃଷ୍ଟି କରିବେ ନା ଇତିହାସ ପାଲଟିଯିବେ ନବୀନ ? - Naveen Will Make Or Become History

ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.