thumbnail

By ETV Bharat Odisha Team

Published : Mar 23, 2024, 4:56 PM IST

ETV Bharat / Videos

ଟ୍ରାଫିକ ସମସ୍ୟା ନେଇ ହନ୍ତସନ୍ତ ସ୍ଥାନୀୟ ବାସିନ୍ଦା, ଏସପିଙ୍କ ଆଗରେ କଲେ ଗୁହାରୀ - Traffic problem in Cuttack

Local residents give memorandum to Traffic Sp: କଟକ: ଟ୍ରାଫିକ ପୋଲିସ କରୁଛି ହନ୍ତସନ୍ତ । ସମୟ ପୂର୍ବରୁ ଜାତୀୟ ରାଜପଥରେ ଚେକିଂ କରାଯିବା କାରଣରୁ ରାସ୍ତାରେ ଜମୁଛି ଭିଡ଼ । ଯାହାଦ୍ୱାରା ଗମନାଗମନ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି । ଏପରିକି ସ୍ଥାନୀୟ ଲୋକ ଘରୁ ବାହାରିବା ପରେ ସେମାନଙ୍କୁ ମଧ୍ୟ ଛାଡ଼ୁନି ଟ୍ରାଫିକ ପୋଲିସ । ଯାହାର ପ୍ରତିବାଦରେ ଆଜି ଲିଙ୍କରୋର୍ଡ ସ୍ଥିତ ଟ୍ରାଫିକ କାର୍ଯ୍ୟଳୟ ଆଗରେ ଶତାଧିକ ଲୋକ ନିଜ ସମସ୍ୟାକୁ ନେଇ ଦାବିପତ୍ର ଦେଇଥିବା ଦେଖିବାକୁ ମିଳିଛି ।  

ଏହା ମଧ୍ୟ ପଢ଼ନ୍ତୁ....   ମନ୍ଦିର ଚୋରି ଘଟଣାରେ ପୋଲିସକୁ ସଫଳତା, ଧରାପଡିଲେ 5 ଚୋର - Temple Loot

ଡ୍ରଙ୍କ ଆଣ୍ଡ ଡ୍ରାଇଭି ଚେକିଂ ଯାହା ରାତି ଦଶଟା ପରଠାରୁ ଆରମ୍ଭ ହେବା କଥା, ତାକୁ ସନ୍ଧ୍ୟା ଆଠଟାରୁ କରାଯିବା କାରଣରୁ କଲ୍ୟାଣୀ ନଗର, ଲିଙ୍କରୋର୍ଡ, ପ୍ରେସ ଛକ ଭଳି ଅନେକ ସ୍ଥାନରେ ଅଜଥା ଭିଡ଼ ଜମା ହେଉଥିବା ଲୋକ ଅଭିଯୋଗ କରିଛନ୍ତି। ତେବେ ପୋଲିକ କେବଳ ଟ୍ରାଫିକ ଫାଇନ କାଟି ଚୁପ ବସି ଯାଉଛି ହେଲେ ଅନ୍ୟକାମ ଉପରେ ଫୋକସ ଦେବା କଥା ଆସିଲେ କେଉଁଟି ଉଭେଇ ଯାଉଛନ୍ତି ବୋଲି ଲୋକ କହିଛନ୍ତି। ଏମିତିକି ଉଠା ଦୋକାନୀ ମାନଙ୍କ ଠାରୁ ମଧ୍ୟ ମାସିକ ଟଙ୍କା ଆଦାୟ କରିବାର ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ। ଯାହାକୁ ନେଇ ସ୍ଥାନୀୟ କର୍ପୋରେଟର ସନ୍ତୋଷ ଭୋଳଙ୍କ ନେତୃତ୍ୱରେ ଏକ ଟିମ ଯାଇ ଟ୍ରାଫିକ ଏସିପିଙ୍କୁ ଭେଟି ଦାବିପତ୍ର ଦେବା ସହିତ ତାଙ୍କ ଅସୁବିଧା ବିଷୟରେ କହିଛନ୍ତି। ଅନ୍ୟପଟେ ଟ୍ରାଫିକ ପୋଲିସ ଯେଉଁ କାର୍ଯ୍ୟପନ୍ଥା ଗ୍ରହଣ କରିଛି ତାହା ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଥିବା କହିଛନ୍ତି ଟ୍ରାଫିକ ଏସପି ସୁଶାନ୍ତ ସିଂ ।

ଇଟିଭି ଭାରତ, କଟକ  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.