thumbnail

ଖୋର୍ଦ୍ଧାରେ ମନ କି ବାତ୍ କାର୍ଯ୍ୟକ୍ରମ ପ୍ରସାରିତ, ବହୁ ନେତା କର୍ମୀ ସାମିଲ

By ETV Bharat Odisha Team

Published : Jan 28, 2024, 3:25 PM IST

Updated : Jan 28, 2024, 3:37 PM IST

109th Mann Ki Baat: ନିଆଳି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ରବିବାର) ମନ କି ବାତ 109ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଗିରିଙ୍ଗ ସ୍ଥିତ ଏକ ଘରୋଇ ମଣ୍ଡପରେ ମନ୍ କି ବାତର କାର୍ଯ୍ୟକ୍ରମର ସିଧା ପ୍ରସାରଣ ଏଲଇଡି ମାଧ୍ୟମରେ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଯୋଗଦେଇଥିବା ବେଳେ ଦଳର ଉପ ସଭାପତି ବିରଞ୍ଚି ନାରାୟଣ ପାଣିଗ୍ରାହୀ, ମୁଖପାତ୍ର ଠାକୁର ରଞ୍ଜିତ ଦାସ, ଖୋର୍ଦ୍ଧା ଜିଲ୍ଲା ଅନୁସୁଚିତ ଜାତି ମୋର୍ଚ୍ଚା ସଭାପତି ଶିବ ମଲ୍ଲିକ, ସ୍ଥାନୀୟ ନେତା ବସନ୍ତ ନାୟକ, ମାଗୁଣି ସେଠି ପ୍ରମୁଖ ସମେତ ବହୁ ନେତା କର୍ମୀ ଓ ମହିଳା ଉପସ୍ଥିତ ଥିଲେ ।

ଏହାମଧ୍ୟ ପଢନ୍ତୁ.. 'ମନ କି ବାତ'ରେ ଓସ୍କାର ବିଜେତାଙ୍କ ପ୍ରଶଂସା କଲେ ମୋଦୀ

ପ୍ରଧାନମନ୍ତ୍ରୀ ମୋଦି ମନ କି ବାତ କାର୍ଯ୍ୟକ୍ରମରେ ଶ୍ରୀରାମ ମନ୍ଦିର ଓ ରାମଲାଲାଙ୍କ ପ୍ରତିଷ୍ଠା, ମହିଳା ଗୋଷ୍ଠୀ ସଦସ୍ୟମାନେ ନିଜକୁ ଆତ୍ମ ନିର୍ଭରଶୀଳ କରିବା, ସାତ ବର୍ଷ ଧରି ପରୀକ୍ଷା ପେ ଚର୍ଚ୍ଚା ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଯୋଗାଇବା, ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାପନ କରିଥିଲେ । ହାତୀ ସୁରକ୍ଷା, ଆୟୁର୍ବେଦ ମେଡିସିନ ଓ ସ୍ବାସ୍ଥ୍ୟ ପ୍ରସଙ୍ଗରେ ମଧ୍ୟ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କହିଥିଲେ । ମନ କି ବାତ କାର୍ଯ୍ୟକ୍ରମ ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବାଲିଅନ୍ତା ବ୍ଲକ ମହୁଖଣ୍ତା ଗ୍ରାମର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ସୁକାନ୍ତ କୁମାର ଜେନା ଓ ତାଙ୍କ ପତ୍ନୀ ସରୋଜିନୀ ଜେନାଙ୍କୁ ଭେଟି ଆଲୋଚନା କରିବା ସହିତ ପ୍ରଧାନମନ୍ତ୍ରୀ ପକ୍କା ଯୋଜନା ସମ୍ପର୍କରେ ହିତାଧିକାରୀଙ୍କୁ ପଚାରି ବୁଝିଥିଲେ । 

ଇଟିଭି ଭାରତ, ନିଆଳି

Last Updated : Jan 28, 2024, 3:37 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.