ଆତଙ୍କ ଖେଳାଇଥିଲା ବାଘ, ଧରି ନେଲା ବନବିଭାଗ - Tiger Tranquilized - TIGER TRANQUILIZED

🎬 Watch Now: Feature Video

thumbnail

By ETV Bharat Odisha Team

Published : May 17, 2024, 3:42 PM IST

ରାଇରଙ୍ଗପୁର: 2 ଦିନର କସରତ ପରେ କାବୁ ହେଲା ବାଘ । ବାରିପଦାରେ ଆତଙ୍କ ସୃଷ୍ଟି କରିଥିବା କଲରାପତରିଆ ବାଘକୁ ଠାବ କରିବାରେ ସଫଳ ହୋଇଛି ବନବିଭାଗ । ଭଞ୍ଜପୁର ଥାନା ବୁଢୀଖମାରୀରୁ ଟ୍ରାଙ୍କୁଲାଇଜ୍ କରି ବାଘକୁ ଧରିଲା ବନବିଭାଗର ରେସ୍କ୍ୟୁ ଟିମ୍‌ । ବାଘଟିର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପରେ ଶିମିଳିପାଳରେ ଛଡ଼ା ଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ବାଘକୁ ଦେଖିବା ପାଇଁ ଭଞ୍ଜପୁରରେ ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ଼ ଜମିଛି । 

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଦିନ ଶିମିଳିପାଳ ଅଭୟାରଣ୍ୟର ପାଦଦେଶ ତଥା ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ବାଘକୁ ନେଇ ଆତଙ୍କ ଖେଳି ଯାଇଥିଲା । ଏହାପରେ ବାଘ ଆଜି ବାରିପଦା ସହରକୁ ପଶି ଆସିଥିଲା । ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । ୦୨ ନମ୍ବର ୱାର୍ଡ ବାଘଘର ଗଳି ଠାରେ ଆଜି ସକାଳୁ ମକରଧ୍ବଜ ସୋରେନ ନାମକ ଜଣେ ବ୍ୟକ୍ତି ତାଙ୍କ ପିଲାକୁ ଟିଉସନ ଛାଡିବାକୁ ଯିବା ସମୟରେ ବାଘକୁ ଦେଖିଥିଲେ । ପରେ ଘଟଣା ସମ୍ପର୍କରେ ବନବିଭାଗ ଖବର ପାଇବା ପରେ ବନବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ସମେତ ଭଞ୍ଜପୁର ଥାନା ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ବାଘର ସନ୍ଧାନ ପାଇଁ ଲାଗି ପଡ଼ିଥିଲେ । ଶେଷରେ ବାଘଟି କାବୁ ହୋଇଛି ।  

ଏହା ମଧ୍ୟ ପଢନ୍ତୁ-ଜଗନ୍ନାଥପୁରରେ ବାଘ ଆତଙ୍କ, ସଜାଗ ବନବିଭାଗ - Tiger Terror

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.