ନୂଆପଡ଼ାରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ, ଯୁବରାଜ ଦେବ ଦେବ ସିଂ ଦେଓ କଲେ ଘୋଷଣା - Nuapada Nuakhai Lagna

By ETV Bharat Odisha Team

Published : Aug 24, 2024, 11:04 PM IST

thumbnail
Nuapada Nuakhai Lagna (ETV Bharat Odisha)

ନୂଆପଡା: ଖଡ଼ିଆଳ ରାଜ ଦରବାରଠାରେ ପବିତ୍ର ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଲଗ୍ନ ଧାର୍ଯ୍ୟ ହୋଇଯାଇଛି । ଏହି ଲଗ୍ନଧାର୍ଯ୍ୟ ସଭାରେ ସଭାପତି ଖଡ଼ିଆଳ ଯୁବରାଜ ଦେବ ଦେବ ସିଂ ଦେଓ ଅଧ୍ୟକ୍ଷତା କରିଥିଲେ। "ଆସନ୍ତା ସେପ୍ଟେମ୍ବର ମାସ 7 ତାରିଖ ରାତ୍ରିରେ ଉଭୟ ଦେବୀ ମାଆ ରକ୍ତାମ୍ବରୀ, ମାଆ ସମଲେଶ୍ବରୀଙ୍କୁ ନବାନ୍ନ ଲାଗିହେବ । ପରବର୍ତ୍ତୀ 8 ତାରିଖ ଦିନ ସକାଳ 10ଘଣ୍ଟା 40 ମିନିଟରୁ 10ଘଣ୍ଟା 12 ମିନିଟ ମଧ୍ୟରେ ସମସ୍ତେ ନବାନ୍ନ ଭକ୍ଷଣ କରିବେ" ବୋଲି ଶୁଭଲଗ୍ନ ଧାର୍ଯ୍ୟ ହୋଇଥିବା ଯୁବରାଜ ଦେବ ଦେବ ସିଂ ଦେଓ ଘୋଷଣା କରିଛନ୍ତି । 

ଏହା ବି ପଢନ୍ତୁ...ଦୁଲୁକିବ ବଲାଙ୍ଗୀର; ଗଣପର୍ବ ନୂଆଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ, ସେପ୍ଟେମ୍ବର ୮ରେ ଇଷ୍ଟଦେବୀଙ୍କ ନିକଟରେ ଲାଗି ହେବ ନବାନ୍ନ - Nuakhai festival 2024

କୃଷିଭିତ୍ତିକ ଗଣପର୍ବ ନୂଆଖାଇଁ ଲଗ୍ନ ଧାର୍ଯ୍ୟ ଖଡ଼ିଆଳ ରାଜାଙ୍କ ଉପସ୍ଥିତିରେ କାହିଁ କେଉଁ ଆବାହନ କାଳରୁ ଖଡ଼ିଆଳ ଗଡଜାତ ଅଞ୍ଚଳରେ ଚାଲିଆସୁଛି । ଆଜି ଲଗ୍ନ ଧାର୍ଯ୍ୟ ସମୟରେ ରାଜ ଜ୍ୟୋତିଷ ପ୍ରଫୁଲ୍ଲ କୁମାର ରଥ, ରାଜ ପଣ୍ଡିତ ସୁଦର୍ଶନ ଠାକୁର, ରାଜପଣ୍ଡିତ ତାରାପ୍ରସାଦ ଆଚାର୍ଯ୍ୟ, ବଡ଼ପଣ୍ଡା ଅର୍ଜୁନ ପଣ୍ଡା, ଗଡରକ୍ଷକ ଦେବୀମାଁ ରକ୍ତାମ୍ବରୀ ପୂଜକ ଗଣେଶ ପ୍ରଧାନୀ ପ୍ରମୁଖ ଉପସ୍ଥିତ ଥିଲେ। ଇଷ୍ଟଦେବୀ ମାଆ ସମଲେଶ୍ବରୀ ପୂଜକ ବ୍ରଜକିଶୋର ଦଣ୍ଡସେନା ସମେତ ଖଡ଼ିଆଳ ସହରର ଅନେକ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ନୂଆଖାଇ ଲଗ୍ନ ଧାର୍ଯ୍ୟ ହୋଇଯାଇଛି । 

 ଇଟିଭି ଭାରତ, ନୂଆପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.