ଏଥର ଅନଲାଇନ ଓ ହ୍ୱାଟ୍ସଆପରେ ମିଳିବ ମାଟ୍ରିକ ସାର୍ଟିଫିକେଟ, ଜାଣନ୍ତୁ କେମିତି କରିବେ ଡାଉନଲୋଡ - How to download Matric certificate - HOW TO DOWNLOAD MATRIC CERTIFICATE

🎬 Watch Now: Feature Video

thumbnail

By ETV Bharat Odisha Team

Published : May 18, 2024, 12:27 PM IST

Updated : May 18, 2024, 1:27 PM IST

How To download Matric certificate: କଟକ: ଏଣିକି ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ଦିନ ହିଁ ମିଳିବ ସାର୍ଟିଫିକେଟ । ଘରେ ବସି କେଇ ମିନିଟ ଭିତରେ କରିପାରିବେ ମାଟ୍ରିକ ସାର୍ଟିଫିକେଟ ଡାଉନଲୋଡ । କିଛି ଜରୁରୀ ତଥ୍ୟ ଦେଇ ଘରେ ବସି ଉଭୟ ଅନଲାଇନ ଓ ହ୍ୱାଟ୍ସଆପରେ ପାଇପାରିବେ ସାର୍ଟିଫିକେଟ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଜାରି କରାଯାଇଛି  । ବୋର୍ଡ ଉପସଭାପତି ଡ଼ଃ ନିହାର ରଞ୍ଜନ ମହାନ୍ତି ଏନେଇ ଡ୍ରାଏ ରନ କରି ସୂଚନା ପ୍ରଦାନ କରିଛନ୍ତି  । 

ଜାଣନ୍ତୁ କେଇ ମିନିଟରେ କିଭଳି ପାଇବେ ମାଟ୍ରିକ ସାର୍ଟିଫିକେଟ୍:

ଆଉ କିଛି ଦିନ ମଧ୍ୟରେ ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ଦିନ ହିଁ ଏଣିକି ମିଳିବ ସାର୍ଟିଫିକଟ । ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି  । କିଛି ସ୍କୁଲର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଏକ କର୍ମଶାଳା ଆୟୋଜନ କରିବା ସହ ଏହାର ପ୍ରକ୍ରିୟା ଉପରେ ମଧ୍ୟ ଅବଗତ କରାଇଛି । ବିଶେଷକରି ଛାତ୍ରଛାତ୍ରୀ କେମିତି ଘରେ ବସି ରେଜଲ୍ଟ ଦେଖି ପାରିବେ ଏବଂ ସାର୍ଟିଫିକଟ ଡାଉନଲୋଡ କରି ପାରିବେ ସେନେଇ ଡେମୋ ମାଧ୍ୟମରେ ଦେଖାଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ଦୁଇଟି ମୋଡରେ ଡିଜିଟାଲ ସାର୍ଟିଫିକେଟ ପାଇପାରିବେ ଛାତ୍ରଛାତ୍ରୀ  । ଅନଲାଇନ ଓ ହ୍ୱାର୍ଟ୍ସଆପରେ ସାର୍ଟିଫିକେଟ ଉପଲବ୍ଧ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି  । 
 

ଅନଲାଇନ ମାଧ୍ୟମରେ କିଭଳି କରିବେ ମାଟ୍ରିକ ସାର୍ଟିଫିକେଟ ଡାଉନଲୋଡ:

  • ମାଟ୍ରିକ ସାର୍ଟିଫିକେଟ ଡାଉନଲୋଡ କରିବାକୁ ଚାହୁଁଥିଲେ ପ୍ରଥମେ BSE ଅଫିସିଆଲ ଓ୍ବେଟସାଇଟକୁ ଯାଆନ୍ତୁ ।
  • ବୋର୍ଡ ପକ୍ଷରୁ ଓ୍ବେବ ସାଇଟରେ ଏକ ଲିଙ୍କ ପ୍ରଦାନ କରାଯାଇଥିବ  ।
  • ସେହି ଲିଙ୍କ ଉପରେ କ୍ଲିକ କଲେ ଏକ ପେଜ ଓପନ ହେବ  ।
  • ସେଥିରେ ଆପଣଙ୍କୁ ଆଡମିଟ କାର୍ଡରେ ଥିବା ୫ ଟି ଡାଟା ଦେବାକୁ ପଡିବ  ।
  • ଟାଇପ ଅଫ ଏକ୍ସାମିନେସନ (ପରୀକ୍ଷା ପ୍ରକାର), ଇୟର ଅଫ ଏକ୍ସାମିନେସନ (ପରୀକ୍ଷା ବର୍ଷ) , ଡେଟ ଅଫ ବାର୍ଥ (ଜନ୍ମ ତାରିଖ), ମୋବାଇଲ ନମ୍ବର, ରୋଲ ନମ୍ବର  ।
  • ଆବଶ୍ୟକୀୟ ତଥ୍ୟ ଦେବା ପରେ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ  ।
  • ଓଟିପି ଦେବା ପରେ ସର୍ଚ୍ଚ କରିବେ  ।
  • ସର୍ଚ୍ଚ କରିବା ପରେ ସାର୍ଟିଫିକେଟ ଉପଲବ୍ଧ ହେବ
  • ଡାଉନଲୋଡ ଅପସନରେ କ୍ଲିକ କଲେ ସାର୍ଟିଫିକେଟ ପାଇପାରିବେ  ।

ହ୍ୱାଟ୍ସଆପରେ କିଭଳି କରିବେ ସାର୍ଟିଫିକେଟ ଡାଉନଲୋଡ:

ହ୍ୱାଟ୍ସଆପରେ ବି ଏଥର ଉପଲବ୍ଧ ହେବ ମାଟ୍ରିକ ସାର୍ଟିଫିକେଟ । ହ୍ୱାଟ୍ସଆପରେ ସାର୍ଟିଫିକେଟ ପାଇବା ପାଇଁ ଚାହୁଁଥିଲେ ବୋର୍ଡ ପକ୍ଷରୁ ଜାରି ନମ୍ବରକୁ ହ୍ୱାଟ୍ସଆପରେ HI କିମ୍ବା  BSE ମେସେଜ କରିବେ  । ଏହାପରେ ଆପଣଙ୍କୁ କିଛି ଜରୁରୀ ତଥ୍ୟ ଦେବାକୁ ପଡିବ  । ସଠିକ ଭାବେ ତଥ୍ୟ ଦେଲା ପରେ ଆପଣ ଡିଜିଟାଲ ସାର୍ଟିଫିକେଟ ପାଇପାରିବେ । ତେବେ ଗୋଟିଏ ମୋବାଇଲ ନମ୍ବରରେ କେବଳ ଗୋଟିଏ ସାର୍ଟିଫିକେଟ ହିଁ ଡାଉନଲୋଡ କରିହେବ  ।

ଚଳିତ ବର୍ଷ  ୩୦୪୭ଟି କେନ୍ଦ୍ରରେ ପ୍ରାୟ ୫ ଲକ୍ଷ ୬୨ ହଜାର ପରୀକ୍ଷାର୍ଥ ମାଟ୍ରିକ ପରୀକ୍ଷା ଦେଇଥିଲେ । କପି ରୋକିବା ପାଇଁ ବୋର୍ଡ ଏଥର ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲା । AI ସହାୟତାରେ ବିଭିନ୍ନ କେନ୍ଦ୍ରରେ ପରୀକ୍ଷା ପରିଚାଳନା କରାଯାଇଥିଲା । ଯେପରି କୌଣସି ପରୀକ୍ଷା କେନ୍ଦ୍ରରେ ବିଶୃଙ୍ଖଳା ନହୁଏ ସେଥିପାଇଁ ପୁରା ଦମ ଲାଗାଇ ଦେଇଥିଲେ ବୋର୍ଡ କର୍ତ୍ତୃପକ୍ଷ । କପି ରୋକିବା ହେଉ କିମ୍ବା ପ୍ରଶ୍ନପତ୍ର ଭାଇରାଲ ହେଉ, ଏହି ନୂଆ ଟେକ୍ନୋଲୋଜି ବ୍ୟବହାର କରି ପରୀକ୍ଷା ପ୍ରକ୍ରିୟାକୁ ପରିଚାଳନା କରିଥିଲା ବୋର୍ଡ । ଏଥିପାଇଁ AI ବା ଆର୍ଟିଫିସିଆର ଇଣ୍ଟେଲଜେନ୍ସର ସହାୟତା ନିଆଯାଇଥିଲା ।

ଏହାମଧ୍ୟ ପଢନ୍ତୁ.. ମୋତେ ମାର୍କ ନଦେଲେ, ମୋ ଜେଜେ ବାବା କଳା ଯାଦୁ କରିବେ: ମାଟ୍ରିକ ପରୀକ୍ଷା ଉତ୍ତର ଖାତାରୁ ମିଳିଲା ଛାତ୍ରଙ୍କ ଏହି ଚେତାବନୀ - STUDENT WARNS TO TEACHER

ଇଟିଭି ଭାରତ, କଟକ

Last Updated : May 18, 2024, 1:27 PM IST

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.