ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡିବା ଘଟଣା, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ସାମ୍ବାଦିକ ସଂଘ - Strict Action Against Raghunandan

By ETV Bharat Odisha Team

Published : Jun 27, 2024, 4:07 PM IST

thumbnail
Dog attack on lady journalist (ETV Bharat Odisha)

Dog attack on lady journalist: ଖୋର୍ଦ୍ଧା: ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ସଙ୍ଘ । ରାଜଧାନୀରେ କାର୍ଯ୍ୟରତ ମହିଳା ସାମ୍ବାଦିକା ଏବଂ ତାଙ୍କ ସହିତ ଥ‌ିବା କ୍ୟାମେରା ପର୍ସନଙ୍କ ଉପରକୁ କୁକୁର ଛାଡ଼ି ଆକ୍ରମଣ କରିଥିବା ଘଟଣାର ଦୃଢ଼ ନିନ୍ଦା କରିଛି ସଂଘ । ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।  

ଏହା ମଧ୍ୟ ପଢ଼ନ୍ତୁ... ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିବା ଘଟଣା, ଏଭଳି ଜବାବ ରଖିଲେ ରଘୁନନ୍ଦନ - Raghunandan Das

ଗତ 25 ତାରିଖ ଦିନ ରାଜଧାନୀ ଭୁବନେଶ୍ଵର ଠାରେ ଖବର ସଂଗ୍ରହ ପାଇଁ ଏକ ଘରୋଇ ଗଣମାଧ୍ୟମ ସଂସ୍ଥାର ମହିଳା ସାମ୍ବାଦିକା ଚିନ୍ମୟୀ ସାହୁ ଏବଂ ତାଙ୍କ ସହ ଯାଇଥିବା କ୍ୟାମେରା ପର୍ସନ ଉମେଶ ମହାରଣା ଯାଇଥିଲେ । ଖବର ସଂଗ୍ରହ କରୁଥିବା ବେଳେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ଉକ୍ତ ମହିଳା ସାମ୍ବାଦିକାଙ୍କ ଉପରକୁ ଅତି ଅମାନୁଷିକ ଭାବେ ତାଙ୍କର ଦୁଇଗୋଟି କୁକୁରଙ୍କୁ ଛାଡ଼ି ଅଶୋଭନୀୟ ଆଚରଣ କରିଥିଲେ । ସାମ୍ବାଦିକଙ୍କ ପ୍ରତି ଏଭଳି ଏକ ଅମାନୁଷିକ ଘଟଣା ଘଟାଇଥିବା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି । ଏହା ସହିତ ସାମ୍ବାଦିକ ସୁରକ୍ଷା ଆଇନ୍‌କୁ ରାଜ୍ୟରେ କଡ଼ାକଡ଼ି କାର୍ଯ୍ୟକାରୀ କରାଇବାକୁ ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ସଂଘ ଦାବି କରିଛି । ସେହିଭଳି ବାରମ୍ବାର ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଏଭଳି ଆକ୍ରମଣ ଜାରି ରହୁଥିବା ବେଳେ ସାମ୍ବାଦିକ ମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଶୁଭ୍ର ରଞ୍ଜନ ଦାସ   ।

ଇଟିଭି ଭାରତ, ଖୋର୍ଦ୍ଧା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.