thumbnail

ଖଡିଆଳରୁ କମଳ ଚରଣ ତାଣ୍ଡି କଂଗ୍ରେସ ପ୍ରାର୍ଥୀ, କହିଲେ ବିଜୟ ନିଶ୍ଚୟ - Nuapada Assembly constituency

By ETV Bharat Odisha Team

Published : Apr 15, 2024, 3:08 PM IST

Nuapada Assembly constituency ନୂଆପଡା: 2024 ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଥିବା ବେଳେ ପ୍ରାର୍ଥୀ ଘୋଷଣା କରୁଛନ୍ତି ଦଳ । ତେବେ ବିଭିନ୍ନ ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ କଂଗ୍ରେସ ବହୁ ବିଳମ୍ବରେ ପ୍ରାର୍ଥୀ ଘୋଷଣା କରିଛନ୍ତି । ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳୀୟ ପ୍ରାର୍ଥୀ ଭାବରେ ଯୁବନେତା କମଳ ଚରଣ ତାଣ୍ଡିଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ ଦେଇଛି କଂଗ୍ରେସ । ତେବେ ଟିକେଟ ପାଇବା ପରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି, "ଆମେ 15 ବର୍ଷ ହେଲା ଲୋକଙ୍କ ଗହଣରେ ରହିଛୁ । ତେଣୁ ଟିକେଟ ଘୋଷଣାରେ ବିଳମ୍ବ ହେଲେ ମଧ୍ୟ କୌଣସି ଫରକ ପଡିବ ନାହିଁ । ଆମେ ଲୋକଙ୍କ ସୁଖଦୁଃଖର ସାଥି ହୋଇ ରହିଛୁ । ପାନୀୟ ଜଳ, ଜମି ପଟ୍ଟା, ଦାଦନ ସମସ୍ୟା, ବେରୋଜଗାର, ଡାକ୍ତର ଅଭାବ ଭଳି ଅନେକ ସମସ୍ୟା ରହିଛି । ପୂର୍ବରୁ କଂଗ୍ରେସ ଯେଉଁ ନେତାଙ୍କ ଉପରେ ଆସ୍ଥା କରିଥିଲା, ସେମାନେ ଏଠାକାର ଜନସାଧାରଣ ପାଇଁ କୌଣସି କାର୍ଯ୍ୟ କରିନାହାନ୍ତି । କଂଗ୍ରେସ ଚଳିତ ଥର ବାଜି ମାରିବ । " ପ୍ରକାଶଥାଉକି, ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ନିକଟରେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଛନ୍ତି । 

ଏହା ମଧ୍ୟ ପଢନ୍ତୁ: କଂଗ୍ରେସ ଛାଡ଼ିଲେ ବିଧାୟକ ଅଧିରାଜ ପାଣିଗ୍ରାହୀ, ଫୁଙ୍କିବେ ଶଙ୍ଖ !

ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.