thumbnail

By ETV Bharat Odisha Team

Published : 2 hours ago

ETV Bharat / Videos

ଭିଜିଲାନ୍ସ ଜାଲରେ ଖାଦ୍ୟ ସୁରକ୍ଷା ଅଧିକାରୀ, ଫ୍ୟାକ୍ଟ୍ରି ଲାଇସେନ୍ସ ପାଇଁ ଲାଞ୍ଚ ନେଇ ଧରାପଡ଼ିଲେ - FSO IN VIGILANCE NET

VIGILANCE RAID: କେନ୍ଦ୍ରାପଡ଼ା: ଲାଞ୍ଚ ନେଇ ଫସିଲେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ । କେନ୍ଦ୍ରାପଡା ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ବିଭାସ ମଜୁମଦାର 5 ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ି ବସିଲା ଭିଜିଲାନ୍ସ । ସେ ପାଉଁରୁଟି ଫ୍ୟାକ୍ଟ୍ରି ଲାଇସେନ୍ସ ନବୀକରଣ ପାଇଁ ନେଉଥିଲେ 5 ହଜାର ଟଙ୍କା । ଆଜି (ମଙ୍ଗଳବାର) ମଧ୍ୟାହ୍ନରେ ଏକ ନାଟକୀୟ ଶୈଳୀରେ ଏହି ଲାଞ୍ଚୁ ବାବୁଙ୍କୁ ଧରିଛି କଟକ ଓ କେନ୍ଦ୍ରାପଡା ଭିଜିଲାନ୍ସ ଟିମ ।    

ଅଭିଯୋଗ ଅନୁଯାୟୀ, ପାଉଁରୁଟି ଫ୍ୟାକ୍ଟ୍ରି ଲାଇସେନ୍ସ ନବୀକରଣ ପାଇଁ ସଞ୍ଜୟ ପ୍ରଧାନ ନାମକ ଜଣେ ବ୍ୟବସାୟୀଙ୍କୁ ଖାଦ୍ୟ ସୁରକ୍ଷା ଅଧିକାରୀ ବିଭାସ ମଜୁମଦାର ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ସୂଚନା ଅନୁସାରେ, ଅଧିକାରୀ ଜଣକ ଆଜି ଟଙ୍କା ନେବା ପାଇଁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଞ୍ଚଳରେ ସଞ୍ଜୟଙ୍କୁ ଅପେକ୍ଷା କରିଥିଲେ । ଲାଞ୍ଚ ଟଙ୍କା ନେଲାବେଳେ ଭିଜିଲାନ୍ସ ବିଭାସଙ୍କୁ କାବୁ କରି ନେଇଥିଲା ଭିଜିଲାନ୍ସ ଟିମ୍ । ପରେ ବିଭାସଙ୍କ ଭଡ଼ାଘରେ ଭିଜିଲାନ୍ସ ଚଢାଉ ହୋଇଛି। ଏହି ଚଢ଼ାଉରେ କଟକ ଭିଜିଲାନ୍ସ ବିଭାଗର ୪ ଜଣ ଅଧିକାରୀଙ୍କ ସମେତ କେନ୍ଦ୍ରାପଡା ଭିଜିଲାନ୍ସ ବିଭାଗର ୫ ଜଣ ଅଧିକାରୀ ସାମିଲ ହୋଇଥିଲେ । ଏନେଇ ଅଭିଯୋଗକାରୀ ସଞ୍ଜୟ ଏବଂ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଗଣମାଧ୍ୟମ ସାମ୍ନାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ ...ବନ୍ଧା ହେଲେ ମୁଖ୍ୟଯନ୍ତ୍ରୀ ଏନଭି ହରିହର, କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ - NV Harihara Rao arrested 


ଇଟିଭି ଭାରତ, କେନ୍ଦ୍ରାପଡ଼ା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.