ଶେଷ ଦିନରେ ନାମାଙ୍କନ ଭରିଲେ ଜୟପୁର ବିଜେପି ବିଧାୟକ ପ୍ରାର୍ଥୀ ଗୌତମ ସାମନ୍ତରାୟ - Odisha Assembly Election 2024 - ODISHA ASSEMBLY ELECTION 2024
🎬 Watch Now: Feature Video
Published : Apr 25, 2024, 10:03 PM IST
BJP MLA Candidates file nomination: କୋରାପୁଟ: ନାମାଙ୍କନ ଦାଖଲ କରିବାର ଆଜି ଥିଲା ଶେଷ ଦିନ । ଦାଖଲର ଶେଷ ଦିନରେ ଜୟପୁର ବିଜେପି ବିଧାୟକ ପ୍ରାର୍ଥୀ ଗୌତମ ସାମନ୍ତରାୟ ନାମାଙ୍କନ ଦାଖଲ କରିଛନ୍ତି । ନିଜର କର୍ମୀ ଓ ସମର୍ଥକଙ୍କୁ ଧରି ଏକ ବିରାଟ ଶୋଭଯାତ୍ରାରେ ଆସି ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ନାମାଙ୍କନ ଦାଖଲ କରିଛନ୍ତି ।
ନାମାଙ୍କନ ଦାଖଲ ସମୟରେ କୋରାପୁଟ ବିଜେପି ସାଂସଦ ପ୍ରାର୍ଥୀ କାଳୀରାମ ମାଝୀଙ୍କ ସମତେ ଅନେକ ବରିଷ୍ଠ ବିଜେପି କର୍ମୀ ଉପସ୍ଥିତ ଥିଲେ । କେନ୍ଦ୍ର ସରକାର ବହୁତ ଅନୁଦାନ ରାଜ୍ୟ ସରକାରଙ୍କୁ ଦେଉଛନ୍ତି । ହେଲେ ରାଜ୍ୟ ସରକାର ତାକୁ ଠିକ ସେ ଉପଯୋଗ କରି ନପାରି ବାଟମାରଣା କରିବାରେ ଲାଗିଛନ୍ତି । ଏଥର ରାଜ୍ୟରେ ଭାଜପା ସରକାର ବିଜୟ ହାସଲ କରିବ ବୋଲି ଜୟପୁର ବିଜେପି ବିଧାୟକ ପ୍ରାର୍ଥୀ ଗୌତମ ସାମନ୍ତରାୟ କହିଛନ୍ତି । ଜୟପୁର ବିଧାନସଭା ଆସନଟି କୋରାପୁଟ ଜିଲ୍ଲାର ପାଞ୍ଚଟି ବିଧାନସଭା ଆସନ ମଧ୍ୟରୁ ଏକମାତ୍ର ଅଣ ସଂରକ୍ଷିତ ଆସନ ହୋଇଥିବା ଯୋଗୁ ସର୍ବଦା ଏହି ଆସନ ପାଇଁ ଲଢେଇ ଉପରେ ସମସ୍ତଙ୍କ ନଜର ରହି ଆସିଛି । କଂଗ୍ରେସ ପ୍ରାର୍ଥୀ ତାରାପ୍ରସାଦ ବାହିନୀପତି, ବିଜେଡିରୁ ଇନ୍ଦିରା ନନ୍ଦ ଓ ବିଜେପିରୁ ଗୌତମ ସାମନ୍ତରାୟଙ୍କ ମଧ୍ୟରେ ତ୍ରିମୁଖୀ ଲଢେଇରେ କିଏ ବାଜି ମାରୁଛି ଦେଖିବା ବାକି ରହିଲା ।
ଇଟିଭି ଭାରତ, କୋରାପୁଟ