thumbnail

ନାବାଳିକାକୁ ଦୁଷ୍କର୍ମ ଘଟଣା, ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରାପଡ଼ାରୁ ଗିରଫ

By ETV Bharat Odisha Team

Published : 2 hours ago

ଯାଜପୁର: ବରୀ-ରାମଚନ୍ଦ୍ରପୁର ଥାନା ଅଞ୍ଚଳର ୮ ବର୍ଷର ନାବାଳିକା ଦୁଷ୍କର୍ମ ଘଟଣା । ଅଭିଯୁକ୍ତକୁ କେନ୍ଦ୍ରାପଡ଼ାରୁ ଗିରଫ କଲା ପୋଲିସ । ଅଭିଯିକ୍ତକୁ ସହଯୋଗ କରିଥିବା ଅନ୍ୟ ୧୦ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିବା ସୂଚନା ମିଳିଛି । 

ସୂଚନା ଅନୁସାରେ, ଗତ ୨୩ ତାରିଖ (ବୁଧବାର) ଯାଜପୁର ଜିଲ୍ଲା ବରୀ-ରାମଚନ୍ଦ୍ରପୁର ଥାନା ଅଞ୍ଚଳର ଜଣେ ୮ ବର୍ଷର ନାବାଳିକା ଝିଅକୁ ତାଙ୍କ ଘର ପାଖରେ ଜଣେ ବ୍ୟକ୍ତି ନିଜ ଘରେ ଥିବା ଠେକୁଆ ଦେଖାଇବାକୁ କହି ଘରକୁ ଡ଼ାକିନେଇ ଦୁଷ୍କର୍ମ କରିଥିଲା । ପରେ ଏନେଇ ନାବାଳିକା ଜଣଙ୍କ ଗୁରୁତର ହେବା ସହ ପରିବାର ଲୋକ ବରୀ ଥାନାରେ ଗତ ୨୪ ତାରିଖ ଦିନ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ବରୀ ପୋଲିସ କେସ ନମ୍ବର ୫୭୨/୨୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା । ସେପଟେ ଅଭିଯୁକ୍ତ ଜଣଙ୍କ ଫେରାର ଥିବା ବେଳେ ଗତକାଲି କେନ୍ଦ୍ରାପଡ଼ାରୁ ତାକୁ ଗିରଫ କରି ଅପରାହ୍ନରେ କୋର୍ଟ ଚାଲାଣ କରିଛି ପୋଲିସ । ଏହି ଘଟଣାରେ ଅଭିଯୁକ୍ତକୁ ଲୁଚିବାରେ ସହଯୋଗ କରିଥିବା ଅନ୍ୟ ୧୦ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିବା ସୂଚନା ମିଳିଛି । ସେପଟେ ନାବାଳିକା ଜଣକ ଗୁରୁତର ହୋଇ ବର୍ତ୍ତମାନ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଅଭିଯୁକ୍ତ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପୀଡିତାଙ୍କ ପରିବାର ଲୋକେ ।

ଏନେଇ ଯାଜପୁର ଏସଡିପିଓ ସତ୍ୟବ୍ରତ ଲେଙ୍କା କହିଛନ୍ତି, "ବରୀ ଥାନା ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଗତକାଲି(ରବିବାର) ଅଭିଯୁକ୍ତକୁ କେନ୍ଦ୍ରାପଡ଼ାରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।"

ଏହା ମଧ୍ୟ ପଢ଼ନ୍ତୁ...ମୟୂରଭଞ୍ଜରେ ଲଜ୍ଜା: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, SCBରେ ପୀଡିତା

ଏହା ମଧ୍ୟ ପଢ଼ନ୍ତୁ...ନୟାଗଡ଼ରେ ଚାଞ୍ଚଲ୍ୟ; ପୁରୁଷ ବନ୍ଧୁଙ୍କୁ ଗଛରେ ବାନ୍ଧି ଯୁବତୀକୁ ଗଣଦୁଷ୍କର୍ମ ! 3 ଗିରଫ

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.