thumbnail

By ETV Bharat Odisha Team

Published : Jun 21, 2024, 6:07 PM IST

ETV Bharat / Videos

ବଲାଙ୍ଗୀରରେ ପାଳିତ ହେଲା ବିଶ୍ବ ଯୋଗ ଦିବସ, ସାମିଲ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ - International Yoga Day in Balangir

International Yoga Day: ବଲାଙ୍ଗୀର: ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି ବଲାଙ୍ଗୀର। ଯେଉଁଥିରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗ ଦେଇ ସମସ୍ତଙ୍କୁ ନିରୋଗ ରହିବା ପାଇଁ ସଂକଳ୍ପ କରିବାକୁ ପଡ଼ିବ ବୋଲି କହିଛନ୍ତି। ବଲାଙ୍ଗୀରର ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଏହାର ଆୟୋଜନ ହୋଇଥିବା ବେଳେ ଏଥିରେ ବିଭିନ୍ନ ସଙ୍ଗଠନର ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ସେହିପରି ଏଥିରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସ୍ବାସ୍ଥ୍ୟମନ୍ତ୍ରୀ ଡ଼ାକ୍ତର ମୁକେଶ ମହାଲିଙ୍ଗ ସାମିଲ ହୋଇଥିଲେ। ତାଙ୍କ ଛଡା ଏଠି ବଲାଙ୍ଗୀର ପ୍ରଶାସନିକ ଅଧିକାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକି ସାହୁ, ପୌରଧକ୍ଷା ଲିକ୍କା ସାହୁ ଓ ବଲାଙ୍ଗୀର ଏସପି ପ୍ରମୁଖ ମଧ୍ୟ ଅଂଶ ଗ୍ରହଣ କରିଥିଲେ। ତେବେ ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ଡ଼ାକ୍ତର ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଆମକୁ ସୁସ୍ଥ ରହିବାକୁ ପଡ଼ିବ ଏବଂ ନିରୋଗ ରହିବା ପାଇଁ ସଂକଳ୍ପ ନେବାକୁ ପଡ଼ିବ। ତେବେ ଏହି ଯୋଗର ମହତ୍ତ୍ଵ ଆଜି ସାରା ବିଶ୍ବ ମାନି ଥିବା ବେଳେ ଆମକୁ ମଧ୍ୟ କିଛି ସମୟ ଏହା ପାଇଁ ଦେବାକୁ ପଡ଼ିବ। ତାହା ହେଲେ ଆମେ କେବଳ ଔଷଧ ଉପର ନିର୍ଭର ନରହି ଯୋଗ ଦ୍ଵାରା ସୁସ୍ଥ ରହି ପାରିବା। ସେପଟେ ଭାରତ ସରକାରଙ୍କ ଯୋଜନା ଅନୁସାରେ ଓଡ଼ିଶାରେ ମଧ୍ୟ ସବୁ ଗ୍ରାମପଞ୍ଚାୟତରେ ଆରୋଗ୍ୟ କେନ୍ଦ୍ର ଖୋଲା ଯିବ, ଏବଂ ଏଠି ଜଣେ ଯୋଗଗୁରୁଙ୍କୁ ନିଯୁକ୍ତି ଦିଆଯିବ। ଯାହାଦ୍ବାରା ସବୁଠି ଲୋକ ଯୋଗକୁ ଜାଣିବେ ଓ ସୁସ୍ଥ ରହିବେ ବୋଲି ସେ କହିଛନ୍ତି।  

ଏହା ମଧ୍ୟ ପଢ଼ନ୍ତୁ.. ଝାରସୁଗୁଡ଼ାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ - Yoga Day Celebration In Jharsuguda

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.