thumbnail

By ETV Bharat Odisha Team

Published : Jun 21, 2024, 10:41 AM IST

ETV Bharat / Videos

ଅନ୍ତର୍ଜାତୀୟ ଯୋଗ ଦିବସ: କୋଣାର୍କରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ - deputy cm performed yoga

ନିମାପଡା: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇ ଯୋଗ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ପୁରୀ ସାଂସଦ ସମ୍ବିତ ପାତ୍ର । ଯୋଗ ନିରୋଗ ରହିବାର ଏକ ମାତ୍ର ମାଧ୍ୟମ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ମିଶନ ଶକ୍ତି ମାଧ୍ୟମରେରେ ଯୋଗ, ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ପାଇଁ ଯୋଗ, ମହିଳା ଓ ଶିଶୁ ବିକାଶ ପାଇଁ ବ୍ଲକ ସ୍ତରରେ ଯୋଗ ଭିତ୍ତିଭୂମି ବିକାଶ ସହିତ ଯୋଗକୁ ଘରେ ଘରେ ପହଞ୍ଚାଇବା ପାଇଁ ସରକାର କାମ କରିବେ । କୋଣାର୍କ ଭିତ୍ତିଭୂମି ବିକାଶ, ଚନ୍ଦ୍ରଭାଗା ବୋଟ୍‌ ହାଉସ, ବେଳାଭୂମିର ବିକାଶ ସହିତ ମଠ ମନ୍ଦିରର ବିକାଶ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କରିଥିଲେ । ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଆୋୟଜିତ କାର୍ଯ୍ୟକ୍ରମରେ ସାଂସଦ ସମ୍ବିତ ପାତ୍ର, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଚନ୍ଦ୍ର ସ୍ବାଇଁ, ପଦ୍ମଶ୍ରୀ ବାଲୁକା  ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ସାମିଲ ହୋଇଥିଲେ । ସେପଟେ ୨୦୧୫ମସିହାରୁ ଅର୍ନ୍ତଜାତୀୟ ସ୍ତରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ଯୋଗ ଦିବସ ବିଶ୍ଵଗୁରୁ ଭାବରେ ପରିଚିତ ବୋଲି ସମ୍ବିତ ପାତ୍ର କହିଥିଲେ । ଏହି ଅବସରରେ ITBPର ଯବାନ, ସ୍ଥାନୀୟ ଜନସାଧାରଣ, ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀ ଯୋଗ ଶିବିରରେ ସାମିଲ ହୋଇଥିଲେ ।  

ଏହା ମଧ୍ୟ ପଢନ୍ତୁ-ଅନ୍ତର୍ଜାତୀୟ ଯୋଗ ଦିବସ; ବାଲୁକା କଳାରେ ସୁଦର୍ଶନଙ୍କ ବାର୍ତ୍ତା - Sudarshan Patnaik sand art

ଇଟିଭି ଭାରତ, ନିମାପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.