୬ ଦଫା ଦାବି ନେଇ ଭାରତୀୟ ଆଇନଜୀବୀ ସଂଘର ଆନ୍ଦୋଳନ - ଭାରତୀୟ ଆଇନଜୀବୀ ସଂଘ
🎬 Watch Now: Feature Video
Published : Feb 3, 2024, 4:14 PM IST
ରାଉରକେଲା: ଭାରତୀୟ ଆଇନଜୀବୀ ସଂଘ ପକ୍ଷ ପକ୍ଷରୁ ରାଜ୍ୟବ୍ୟାପୀ ଦାବି ଦିବସ ପାଳିତ ହୋଇଛି । ଏହି ପରିପ୍ରେକ୍ଷୀରେ ରାଉରକେଲା ଶାଖା ପକ୍ଷରୁ ଦୁଇ ଦିନିଆ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଶୁକ୍ରବାର ଓ ଶନିବାର ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ୬ ଦଫା ଦାବି ସମ୍ବଳିତ ଦାବିପତ୍ର ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଛି ।
ଆଇନଜୀବୀମାନଙ୍କ ଦାବି ଅନୁଯାୟୀ, ଆଇନଜୀବୀ ସୁରକ୍ଷା ଆଇନ ତୁରନ୍ତ ପ୍ରଣୟନ, ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଆଇନଜୀବୀଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ୪ଲକ୍ଷ ୫୦ ହଜାର ହଜାର ପରିବର୍ତ୍ତେ ୧୦ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି ଏବଂ ରାଜ୍ୟ ସରକାରଙ୍କ ମଧୁବାବୁ ସ୍ବାସ୍ଥ୍ୟ କଲ୍ୟାଣ ବୀମା ଯୋଜନାରେ ସମସ୍ତ ଆଇନଜୀବୀଙ୍କୁ ୧୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା ରାଶି ପ୍ରଦାନ କରାଯିବା । ଆଉମଧ୍ୟ ଓଡିଶା ସରକାର ରାଜ୍ୟ ଆଇନଜୀବୀ ପରିଷଦକୁ ଦେଉଥିବା ମ୍ୟାଚିଙ୍ଗ ଗ୍ରାଣ୍ଟ ରାଶି ବାର୍ଷିକ ୧୦ କୋଟିରୁ ୩୦ କୋଟିକୁ ବୃଦ୍ଧି, ଆଇନ ପେସା ଆସୁଥିବା ନୂଆ ଆଇନଜୀବୀମାନଙ୍କୁ ମାସିକ ସର୍ବନିମ୍ନ ୧୦ ହଜାର କରି ୩ ବର୍ଷ ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ପ୍ରଦାନ, ଆଇନଜୀବୀଙ୍କୁ ପେନସନ୍ ରାଶି ୨୫୦୦ ଟଙ୍କାରୁ ୫୦୦୦ଟଙ୍କାକୁ ବୃଦ୍ଧି କରାଯିବା ନେଇ ଦାବି କରାଯାଇଛି ।
ଏହାମଧ୍ୟ ପଢନ୍ତୁ..ଦାବିପତ୍ର ଦେଲେ ପ୍ରାଣୀ ଚିକିତ୍ସକ, କେବେ ଶୁଣିବେ ସରକାର
ଆନ୍ଦୋଳନରତ ଆଇନଜୀବୀମାନେ କହିଛନ୍ତି, "ଆଇନଜୀବୀଙ୍କ ପ୍ରତି ସରକାରଙ୍କ ଅବହେଳାକୁ ବରଦାସ୍ତ କରାଯିବ ନାହିଁ । ସାଧାରଣ ନିର୍ବାଚନ ପୂର୍ବରୁ ଓଡିଶାର ଆଇନଜୀବୀମାନଙ୍କୁ କେରଳ, ରାଜସ୍ଥାନ, କର୍ଣ୍ଣାଟକ, ଦିଲ୍ଲୀ, ଝାଡ଼ଖଣ୍ଡ ଭଳି ରାଜ୍ୟମାନଙ୍କରେ ଦିଆଯାଉଥିବା ସୁବିଧା ଯଥା ଆଇନଜୀବୀଙ୍କୁ ସ୍ବାସ୍ଥ୍ୟ ରକ୍ଷା ଆଇନ ବୀମାରଶି ପ୍ରଦାନ, ଆଇନଜୀବୀ ସୁରକ୍ଷା ପ୍ରଣୟନ, ନୂଆ ଆଇନଜୀବୀମାନଙ୍କୁ ମାସିକ ପ୍ରୋତ୍ସାହନ ରାଶି ପ୍ରଦାନ ଭଳି ଆମ ରାଜ୍ୟର ସରକାର ଏହାକୁ ଲାଗୁ କରନ୍ତୁ ।"
ଇଟିଭି ଭାରତ,ରାଉରକେଲା