thumbnail

By ETV Bharat Odisha Team

Published : May 11, 2024, 5:31 PM IST

ETV Bharat / Videos

ନିର୍ବାଚନର ଶେଷ ପର୍ଯ୍ୟାୟରେ ସ୍ବାଧୀନ ପ୍ରାର୍ଥୀ ଶିବଶଙ୍କର ଦାସଙ୍କ ମାରାଥନ ପ୍ରଚାର - Independent Candidate Campaign

Shiv Shankar Das's High Voltage Campaign: ବ୍ରହ୍ମପୁର: ପ୍ରଥମ ପର୍ଯ୍ୟାୟର ମତଦାନ ପାଇଁ ଶେଷ ପର୍ଯ୍ୟାୟର ପ୍ରଚାର ଆରମ୍ଭ ହୋଇସାରିଛି । ଏହି କ୍ରମରେ ସହରବାସୀଙ୍କୁ ଅନେକ ପ୍ରତିଶୃତି ଦେଇ ଶେଷରେ ମାରାଥନ ପ୍ରଚାର କରିଛନ୍ତି ବ୍ରହ୍ମପୁରର ପୂର୍ବତନ ମେୟର ତଥା ବର୍ତ୍ତମାନର ନିର୍ବାଚନରେ ବ୍ରହ୍ମପୁର ବିଧାନସଭା ଆସନକୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ସ୍ବାଧୀନ ପ୍ରାର୍ଥୀ ଶିବ ଶଙ୍କର ଦାସ । ବ୍ରହ୍ମପୁରରେ ସ୍ବାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ ଗତ କିଛି ଦିନ ଧରି ବ୍ରହ୍ମପୁରର ଦଳୀୟ ପ୍ରାର୍ଥୀଙ୍କୁ ନିର୍ବାଚନୀ ମଇଦାନରେ ଟକ୍କର ଦେଇ ପ୍ରଚାର କରିଥିବା ବେଳେ ଶେଷ ପର୍ଯ୍ୟାୟର ପ୍ରଚାରରେ ସାମିଲ ହୋଇଥିଲେ ଶତାଧିକ ସମର୍ଥକ ଏବଂ ସାଧାରଣ ଜନତା । 

ଏହା ମଧ୍ୟ ପଢନ୍ତୁ ... ମୁଣ୍ଡରେ ମାଠିଆ ଧରି ସ୍ୱାଧୀନ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ମହିଳା - Shiv Shankar Das Campaign

ଏହି ପ୍ରଚାରରେ ନିଜର ଧର୍ମପତ୍ନୀ ଆଶା କୁମାରୀ ଦାସଙ୍କ ସହିତ ନିଜ ଅଞ୍ଚଳର ଏବଂ ସହରର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷମାନେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ସହରବାସୀଙ୍କ ନିକଟତର ହୋଇ ଏଠାରେ ରହିଥିବା ପାନୀୟ ଜଳ ସମସ୍ୟା, ରାସନ ସମସ୍ୟା, ଆବାସ ସମସ୍ୟା ଭଳି ମୌଳିକ ସମସ୍ୟା ଓ ତାର ସମାଧାନ କରିବାର ପ୍ରତିଶ୍ରୁତି ଦେଇଛନ୍ତି ଶିବଶଙ୍କର । ଶେଷ ପର୍ଯ୍ୟାୟର ପ୍ରଚାରରେ ଶିବଶଙ୍କର ଦାଶଙ୍କ ସହିତ ଏନେଇ ଅଧିକ ଆଲୋଚନା କରିଛନ୍ତି ଇଟିଭି ଭାରତର ସମ୍ବାଦଦାତା  ।  

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.