ମହାନଦୀ ଗର୍ଭରେ ଉଡିଲା ତ୍ରିରଙ୍ଗା ,ସ୍କୁବା ଡ୍ରାଇଭର ଦେଲେ ଶାନ୍ତି ଓ ମୈତ୍ରୀର ବାର୍ତ୍ତା - Har ghar Tiranga 2024

By ETV Bharat Odisha Team

Published : Aug 14, 2024, 7:40 PM IST

thumbnail
INDEPENDENCE DAY CELEBRATION UNDER WATER (ETV Bharat Odisha)

କଟକ: ରାତି ପାହିଲେ ପୁରା ଦେଶ ପାଳିବ 78 ତମ ସ୍ବାଧୀନତା ଦିବସ । ଏହି ମହାନ ଦିନକୁ କଟକ ମହାନଦୀର ପ୍ରଖର ସ୍ରୋତରେ ନିଆରା ଢଙ୍ଗରେ ପାଳିଛନ୍ତି ସ୍କୁବା ଡ୍ରାଇଭର ସବୀର ବକ୍ସ ଓ ଉତ୍ତର ପ୍ରଦେଶରୁ ଆସିଥିବା SDRFର ଯବାନମାନେ । ହାତରେ ତ୍ରିରଙ୍ଗା ଧରି ଦୁଇଟି ବୋର୍ଟରେ ସମସ୍ତେ ନଦୀ ଭିତରେ ଶାନ୍ତି ଓ ମୈତ୍ରୀର ବାର୍ତ୍ତା ବାଣ୍ଟିଛନ୍ତି । ଉତ୍ତରପ୍ରଦେଶ ପୋଲିସର 24 ଜଣ ଯବାନ 78ତମ ସ୍ବାଧୀନତା ଦିବସ ଉପଲକ୍ଷେ କଟକ ସିଲଭର ସିଟି ବୋର୍ଟ କ୍ଲବ ପରିସରେ ମହାନଦୀର ପ୍ରଖର ସ୍ରୋତରେ ପାଳନ କରିଛନ୍ତି ଏହି ପବିତ୍ର ଦିବସ । 

ଏକ ନିଆରା ଢଙ୍ଗରେ ସ୍କୁବା ଡ୍ରାଇଭର ସବୀର ବକ୍ସ ଓ ତାଙ୍କ ସାଥୀ ହାତରେ ତ୍ରିରଙ୍ଗା ଧରି ପ୍ରଥମେ ମାର୍ଚ୍ଚ ପାଷ୍ଟ କରିଥିଲେ । ଏହା ପରେ ଦୁଇଟି ବୋର୍ଟରେ ନଦୀ ଭିତରକୁ ଯାଇ ପତାକା ଉଡାଇ ଶାନ୍ତି ଓ ମୈତ୍ରୀର ବାର୍ତ୍ତା ବାଣ୍ଟିଛନ୍ତି । ଗତ ଏକ ମାସ ହେବ ଉତ୍ତରପ୍ରଦେଶ ପ୍ରୋଭିନ୍ସିଆଲ ଆର୍ମ କଣ୍ଟିନଜେଣ୍ଟର ଏକ 24 ଜଣିଆ ଟିମ କଟକରେ ରହି ଗଭୀର ନଦୀରେ ବୁଡି ଉଦ୍ଧାର କାର୍ଯ୍ୟ କିପରି କରି ହେବ ସେ ନେଇ ପ୍ରଶିକ୍ଷଣ ନେଉଛନ୍ତି । ସ୍କୁବା ଡାଇଭର ସବୀର ବକ୍ସ ତାଙ୍କ ଟିମ ସେମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ଆଗରୁ ସେମାନେ ବହୁଥର ସ୍ବାଧୀନତା ଦିବସ ସମାରୋହରେ ସାମିଲ ହୋଇ ଥିଲେ ସୁଦ୍ଧା, ମହାନଦୀରେ ତ୍ରିରଙ୍ଗା ଉଡ଼ାଇବା ସ୍ବତନ୍ତ୍ର ବୋଲି ଉତ୍ତରପ୍ରଦେଶରୁ ଆସିଥିବା ଯବାନମାନେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ .....ସବୁଠି ଫରଫର ହୋଇ ଉଡିଲା ତ୍ରିରଙ୍ଗା: 'ଭାରତ ମାତା କି ଜୟ' ନାରାରେ କମ୍ପୁଛି ରାଜ୍ୟ - har ghar tiranga program

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.