ଦେଶ ପାଳିବ 78ତମ ସ୍ବାଧୀନତା ଦିବସ; ରାଜ୍ୟରେ ଆରମ୍ଭ ହେଲା ହର ଘର ତ୍ରିରଙ୍ଗା କ୍ୟାମ୍ପେନ - Har Ghar Tiranga Initiative

By ETV Bharat Odisha Team

Published : Aug 12, 2024, 7:55 PM IST

thumbnail
ରାଜ୍ୟରେ ଆରମ୍ଭ ହେଲା ହର ଘର ତ୍ରିରଙ୍ଗା କ୍ୟାମ୍ପେନ (ETV Bharat Odisha)

ଭୁବନେଶ୍ବର: ଆଉ ଦିନ କେଇଟା ପରେ ସାରା ଦେଶ ପାଳିବ 78ତମ ସ୍ବାଧୀନତା ଦିବସ । ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଫରଫର ହୋଇବ ତ୍ରିରଙ୍ଗା । ବ୍ରିଟିଶ କବଳରୁ ଦେଶରୁ ରକ୍ଷା କରିଥିବା ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇବ ଦେଶ । ତେବେ ଏହି ଅବସରରେ ରାଜ୍ୟରେ ହର ଘର ତ୍ରିରଙ୍ଗା କ୍ୟାମ୍ପେନ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନରେ ହର ଘର ତ୍ରିରଙ୍ଗା କାନଭାସରେ ଦସ୍ତଖତ କରିବା ପରେ ଏହି ଅଭିଯାନ ଆରମ୍ଭ ହୋଇଛି ।  

ଏହା ବି ପଢନ୍ତୁ- ହର ଘର ତ୍ରିରଙ୍ଗା: ୬୦ ହଜାରରୁ ଅଧିକ ତ୍ରିରଙ୍ଗା ପ୍ରସ୍ତୁତ କରୁଛନ୍ତି କେନ୍ଦ୍ରାପଡାର ମହିଳା

ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଦସ୍ତଖତ କରିଥିଲେ । ସମସ୍ତ ମନ୍ତ୍ରୀମାନେ ତ୍ରିରଙ୍ଗା ଉଡାଇଥିଲେ । ଅଗଷ୍ଟ 9ରୁ 15 ତାରିଖ ଯାଏଁ ରାଜ୍ୟରେ ହର ଘର ତିରଙ୍ଗା କାର୍ଯ୍ୟକ୍ରମରେ ଯୋଡ଼ି ହେବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ନିଜ ଘରେ ତ୍ରିରଙ୍ଗା ଉଡ଼ାଇ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବାକୁ ବି ଅନୁରୋଧ କରିଥିଲେ ।  

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.