thumbnail

ଚାଲିଥିଲା ବେଆଇନ ପଥର ବ୍ୟବସାୟ, ଚଢାଉ କଲା ଖଣି ବିଭାଗ - Illeagal Mining Allegations

By ETV Bharat Odisha Team

Published : Jul 6, 2024, 10:47 PM IST

Illeagal Mining In Nayagarh: ନୟାଗଡ଼: ବେଆଇନ ପଥର ବ୍ୟବସାୟ ଉପରେ ଖଣି ବିଭାଗର ଚଢାଉ ।  ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ବଳଭଦ୍ରପ୍ରସାଦ ପଞ୍ଚାୟତ ସିଙ୍ଗିପୁର ମୌଜାରେ ଥିବା ଖଣି ଏବଂ ନୂଆଗାଁ ବ୍ଲକ୍ ଅମେଇ ମୁହିଁ ମୌଜାରେ ଥିବା କ୍ରସର ଉପରେ ରାଜସ୍ଵ ବିଭାଗ ଏବଂ ଖଣି ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇଛି । ଚଢ଼ଉ ବେଳେ ବେଆଇନ କାରବାର ଓ ପ୍ରଶାସନିକ ଅବହେଳା ରହିଥିବା ଖଣି ବିଭାଗ ପକ୍ଷରୁ କୁହାଯାଇଛି । ନୟାଗଡ଼ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପରେ ନୟାଗଡ଼ ଜିଲ୍ଲା ଖଣି ଅଧିକାରୀ ଇଶ୍ବର ଚନ୍ଦ୍ର ପ୍ରଧାନ ସିଙ୍ଗିପୁର ଖଣି ଓ ଅମେଇ ମୁହିଁରେ ଥିବା କ୍ରସରରେ ଚଢ଼ଉ କରି ଛାନ୍‌ଭିନ୍‌ କରିଛନ୍ତି । ଏହା ସହ ହିଟାଚି, ହାଇୱା ଓ ଡ୍ରିଲ୍ ମେସିନକୁ ଜବତ କରିଛି ଜିଲ୍ଲା ପ୍ରଶାସନ ।  

ଏହା ମଧ୍ୟ ପଢନ୍ତୁ... ଭିଜିଲାନ୍ସ ଜାଲରେ ଖଣ୍ଡପଡା ତହସିଲଦାର; ନେଉଥିଲେ ଲାଞ୍ଚ, ଘରେ ପହଞ୍ଚିଲା ଭିଜିଲାନ୍ସ ଟିମ୍ - Vigilance Raid

ବର୍ଷ ବର୍ଷ ଧରି ନିୟମ ବାହାରେ ସିଙ୍ଗିପୁର ପଥର ଖଣିରେ ବ୍ଲାଷ୍ଟିଂ କରାଯିବା ସହିତ ଏହି ପଥରକୁ ନିକଟରେ ଥିବା କ୍ରସରକୁ ପରିବହନ କରାଯାଇ କ୍ରସର୍ ଜରିଆରେ ଚିପ୍‌ସ, ମେଟାଲ୍ ଓ ବଜୁରି ପ୍ରସ୍ତୁତ କରି ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି । ସରକାରୀ ବିଜ୍ଞପ୍ତି ଅନୁସାରେ ଉକ୍ତ ସ୍ଥାନରୁ ବର୍ଷକୁ ୨୫ ଶହ ସିଏମ୍ ପଥର ଖନନ କରାଯିବା ନିୟମ ରହିଛି, କିନ୍ତୁ ମାସ ମାସ ଧରି ବ୍ଲାଷ୍ଟିଂ କରାଯାଇ ଲକ୍ଷାଧିକ ସିଏମ୍ ପଥର ଲୁଟ୍ କରାଯାଇଥିବା ଅଭିଯୋଗ ହୋଇଛି । 

କ୍ରସର ପରିସରର ବିଭିନ୍ନ ସ୍ଥାନରେ ଶହ ଶହ ସିଏମ୍ ପଥର ମହଜୁଦ କରାଯାଇଥିବା ଅଭିଯୋଗରେ ଖଣି ବିଭାଗ ପକ୍ଷରୁ ପଥର, ଗୋଡ଼ି, ମେଟାଲ ଗଦାକୁ ମାପଚୁପ କରାଯାଇଛି । ବେଆଇନ ଭାବେ ୫୦ ହଜାର ଊର୍ଦ୍ଧ୍ବ ସିଏମ୍‌ ପଥର ଗଚ୍ଛିତ ରଖିଥିବା ଖଣି ବିଭାଗ ପକ୍ଷରୁ ଆନୁମାନିକ ଆକଳନ କରି କୁହାଯାଇଛି । ଅନ୍ୟପକ୍ଷରେ ଖଣିରେ ଚଢ଼ଉ ବେଳେ କୁଶୁମଡ଼ା ଗାଁର ମହିଳା ଓ ପୁରୁଷମାନେ ବେଆଇନ ବ୍ଲାଷ୍ଟିଂ ସହ ଖଣି ବନ୍ଦ ପାଇଁ ଅଭିଯୋଗ କରିଛନ୍ତି । ଏପରିକି ଦିନକୁ ୪ରୁ ୫ ଥର ବ୍ଲାଷ୍ଟିଂ ଯୋଗୁଁ ଜନଜୀବନ ପ୍ରତି ବିପଦ ରହିଥିବା ଖଣି ବିଭାଗର ଅଧିକାରୀଙ୍କୁ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । 

ଖଣି ଅଧିକାରୀ ଇଶ୍ବର ଚନ୍ଦ୍ର ପ୍ରଧାନ କହିଛନ୍ତି, 'ଏ ବାବଦରେ ଡିଡିଏମ ରିପୋର୍ଟ ଦେବେ । ଆମେ କେବଳ ଯାଞ୍ଚ କରିବାକୁ ଆସିଥିଲୁ । ଖଣି ଓ ଷ୍ଟୋନ କ୍ଲଚରର ମାପଚୁପ କରିଆସିଲୁ । ଏଠାରେ ବେଆଇନ ଭାବେ ଖନନ ଚାଲିଥିଲା ।'  ସେହିଭଳି ପୂର୍ବରୁ ନିକଟରେ ନୂଆଗାଁ ଓ ନୟାଗଡ଼ ତହସିଲ ସୀମାନ୍ତରେ ହେଉଥିବା ବେଆଇନ ମାଙ୍କଡା ପଥର ଖନନକୁ ନେଇ ସ୍ଥାନୀୟ ବାସିନ୍ଦା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହା ପରେ ନୂଆଗାଁ ତହସିଲ ପକ୍ଷରୁ ତଦନ୍ତ ସହ ସେଠାରୁ ଏକ ଜେସିବିକୁ ଜବତ କରି ଜରିମାନା ଆଦାୟ କରାଯାଇଥିଲା । ପରବର୍ତ୍ତୀ ସମୟରେ ୨ଟି କଟର୍ ମେସିନ ଓ ଗୋଟିଏ ଟ୍ରାକ୍ଟର ଜବତ ହୋଇଥିଲା ।  

ଇଟିଭି ଭାରତ, ନୟାଗଡ଼ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.