ଡାଇରିଆରେ ଶତାଧିକ ଆକ୍ରାନ୍ତ, ଗାଁରେ ପହଞ୍ଚିଲା ମେଡିକାଲ ଟିମ - DIARRHEA IN PURI
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Oct 13, 2024, 1:33 PM IST
ପୁରୀ: ଗୋପ ବ୍ଲକରେ ଗାଁ ବ୍ୟାପିଲା ଡାଇରିଆ । ଶହେରୁ ଊର୍ଦ୍ଧ୍ବ ଗ୍ରାମବାସୀ ଆକ୍ରାନ୍ତ ହେବାରେ ସ୍ଥାନୀୟ ଅଞ୍ଚଳରେ । ଖବର ପାଇ ଗାଁରେ ପହଞ୍ଚିଲେ ମେଡିକାଲ ଟିମ । ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ସୋରଭା ଗ୍ରାମ ପଞ୍ଚାୟତ ଓଟାଙ୍ଗ ଗ୍ରାମରେ ଝାଡାବାନ୍ତି ଆକ୍ରାନ୍ତରେ ଶହେରୁ ଊର୍ଦ୍ଧ୍ବ ବ୍ୟକ୍ତି ଓ ଶିଶୁ ଆକ୍ରାନ୍ତ ହୋଇଛନ୍ତି । ଖବର ପାଇ ପହଞ୍ଚିଲେ ୧୦ଜଣିଆ ମେଡିକାଲ ଟିମ । ଆଶା ଓ ଅଗଙ୍ଗନବାଡି କର୍ମୀ ପହଞ୍ଚି ଗାଁ ଚର୍ତୁପାର୍ଶ୍ବ ପରିସ୍କାର ପରିଚ୍ଛନ କରିବା ସହ ସଚେତନତା ସୃଷ୍ଟି କରିଛନ୍ତି ।
ମେଡିସିନ, ଓଆରଏସ୍, ଯୋଗାଇବା ବେଳେ ନଳକୂପ ପାଣି ଫୁଟାଇ ଥଣ୍ଡା କରି ପିଇବାକୁ ବୁଝାଇଛନ୍ତି ଗୋପ ମେଡିକାଲ ଟିମ୍ । କିଛି ଘରୋଇ ମେଡିକାଲରେ ଚିକିତ୍ସା ହେବା ସୂଚନା ରହିଛି । ଗତ ୧୦ ତାରିଖ ରାତିରେ ଗାଁ ଠାକୁରାଣୀ ମନ୍ଦିରରେ ହୋଇଥିବା ଭୋଜି ହୋଇଥିଲା । ରାତିରେ ବଳିଥିବା ତରକାରୀକୁ ନେଇ ତା’ ପରଦିନ ବାସି ଖାଇବା ଫଳରେ ଏପରି ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି ।