ଚାଲିଥିଲା ରଥଟଣା: ପହଞ୍ଚିଲା ଆମ୍ବୁଲାନ୍ସ, ଆଉ ତା' ପରେ... - Human Corridor For Ambulance

By ETV Bharat Odisha Team

Published : Jul 7, 2024, 9:01 PM IST

thumbnail
CHARIOTS STOP TO LET AMBULANCE PASS (ETV Bharat Odisha)

ପୁରୀ: ଚାଲିଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଆସନ୍ତାକାଲି (ସୋମବାର) ଶରଧା ବାଲିରେ ଲାଗିବ ତିନି ରଥ । ରଥଯାତ୍ରା ସମୟରେ ଦେଖିବାକୁ ମିଳିଥିଲା ନିଆରା ଦୃଶ୍ୟ । ରଥଟଣା ଚାଲିଥିବାବେଳେ ହଠାତ୍ ସାଇରନ ବଜାଇ ଆସିଥିଲା ଆମ୍ବୁଲାନ୍ସ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆମ୍ବୁଲାନ୍ସ ଯିବାରେ କୌଣସି ବାଧା ଉପୁଜିନଥିଲା । ପ୍ରବଳ ଭିଡ ମଧ୍ୟରେ ବି ସମନ୍ବୟ ରକ୍ଷା କରି ଆମ୍ବୁଲାନ୍ସକୁ ବାଟ ଛଡାଯାଇଥିଲା । 

ଏହା ବି ପଢନ୍ତୁ...ରଥଟଣା ବେଳେ ଅଘଟଣ; ଅଣନିଶ୍ବାସୀ ହୋଇ ଜଣେ ଭକ୍ତ ମୃତ, ବଡଦାଣ୍ଡରେ ଦଳାଚକଟା ସ୍ଥିତି ! - Devotee Dies

ଆମ୍ବୁଲାନ୍ସରେ ଥିବା ରୋଗୀ କିପରି ସୁରୁଖୁରରେ ହସ୍ପିଟାଲରେ ପହଞ୍ଚି ପାରିବେ ସେଥିପ୍ରତି ଧ୍ୟାନ ଦିଆଯାଇ ଆମ୍ବୁଲାନ୍ସକୁ ବାଟ କଢାଇ ନେଇଥିଲେ ସ୍ବେଚ୍ଛାସେବୀ । ବିଶ୍ବ ନିୟନ୍ତା ପ୍ରଭୁ ଜଗନ୍ନାଥ ମଧ୍ୟ ଭକ୍ତ ପାଇଁ ଅପେକ୍ଷା କରି ରହିଲେ । ଏହାପରେ ଆମ୍ବୁଲାନ୍ସଟି ସେଠାରୁ ଗଲା ପରେ ପୁଣି ଥରେ ସ୍ବାଭାବିକ ଭାବେ ରଥଟଣା ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ସନ୍ଧ୍ୟା ହୋଇଯିବାରୁ ଅଧାରେ ଅଟକିଛି ରଥ । ବଡ଼ ଠାକୁରଙ୍କ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ କିଛି ଦୂର ଟଣାଯାଇଛି । ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମାତ୍ର 2 ପାଦ ଆଗେଇ ସିଂହଦ୍ବାରରେ ହିଁ ଅଟକି ରହିଛି । ଆସନ୍ତାକାଲି ସକାଳେ ପୁଣି ରଥଟଣା ହେବ । 

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.