ଫିରିଙ୍ଗିଆ ପୋଲିସର ଚଢ଼ାଉ, 11 କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ - Ganja Seized in Kandhamal

By ETV Bharat Odisha Team

Published : Apr 3, 2024, 9:13 AM IST

thumbnail

Ganja Seized in Kandhamal: ଫୁଲବାଣୀ: ଫିରିଙ୍ଗିଆ ପୋଲିସକୁ ବଡ ସଫଳତା । ଥାନା ଅଧୀନରେ ଥିବା ଏକ ଜଙ୍ଗଲରେ ଅତର୍କିତ ଚଢ଼ାଉ କରି ୧୧ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ଫିରିଙ୍ଗିଆ ପୋଲିସ । ତେବେ ଜଙ୍ଗଲରୁ ସମସ୍ତ ମାଫିଆ ଫେରାର ହୋଇଯାଇଛନ୍ତି । ଫିରିଙ୍ଗିଆ ଥାନା ଅନ୍ତର୍ଗତ ଲଦଡ଼ି ଗ୍ରାମ ଜଙ୍ଗଲରେ କିଛି ଗଞ୍ଜେଇ ମାଫିଆ ଚାଲାଣ ପାଇଁ ପ୍ରସ୍ତୁତି ଚଳାଇଥିଲେ । ଏନେଇ ପୋଲିସ ଖବରପାଇ ଫିରିଙ୍ଗିଆ ଥାନା ଅଧିକାରୀଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ଉକ୍ତ ଜଙ୍ଗଲରେ ଅତର୍କିତ ଚଢ଼ାଉ କରିଥିଲେ । ତେବେ ପୋଲିସକୁ ଦେଖି ଜଙ୍ଗଲ ଭିତରେ ପ୍ରସ୍ତୁତି ଚଳାଇଥିବା ସମସ୍ତ ମାଫିଆ ଫେରାର ମାରିଥିବାବେଳେ ପୋଲିସ ଗଞ୍ଜେଇକୁ ଜବତ କରିବାରେ ସଫଳ ହୋଇଥିଲା । ଘଟଣାରେ ଫିରିଙ୍ଗିଆ ଥାନାରେ ୮୫/୨୪ ରେ ଏକ ମାମଲା ରୁଜୁ କରି ଗତକାଲି(ମଙ୍ଗଳବାର) ଜବତ ଗଞ୍ଜେଇକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ବୌଦ୍ଧରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର୍

ଇଟିଭି ଭାରତ, ଫୁଲବାଣୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.